ଭଣଜା ଛିଟିକି ପଡ଼ିଲା, ମାମୁ ଜଳିଗଲା

ଭଣଜା ଛିଟିକି ପଡ଼ିଲା, ମାମୁ ଜଳିଗଲା

ଭଣଜା ଛିଟିକି ପଡ଼ିଲା, ମାମୁ ଜଳିଗଲା

ଭଞ୍ଜନଗର: ଗଛରେ ପିଟିହେଲା ବାଇକ । ଭଣଜା ଛିଟିକି ପଡ଼ିଥିବାବେଳେ ବାଇକ ସହ ଜଳିଗଲେ ମାମୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତାରାସିଂ ଥାନା ଅନ୍ତର୍ଗତ ବାରଦଣ୍ଡା ଗ୍ରାମର ଛକ ନିକଟରେ । ମୃତକ ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ବେଣିପଲ୍ଲୀ ଗ୍ରାମର ଦଣ୍ଡପାଣି ନାୟକଙ୍କ ପୁଅ କାହ୍ନା(୩୦) ।

ବୁଧବାର ଅପରାହ୍ଣ ପ୍ରାୟ ୩ଟାରେ କାହ୍ନୁ ଓ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପଙ୍କଳବାଡ଼ି ଗ୍ରାମର ସାଗର ବେହେରା(ଭଣଜା) ଦଶପଲ୍ଲା ଯାଉଥିଲେ । ବାରଦଣ୍ଡା ଗ୍ରାମ ନିକଟ ବୁଲାଣିଆ ରାସ୍ଥାରେ ଭାରସାମ୍ୟ ହରାଇ ବାଇକଟି ଗଛରେ ଧକ୍କା ହୋଇଥିଲା । ବାଇକରୁ ପେଟ୍ରୋଲ ବାହାରି ନିଆଁ ଲାଗିଯାଇଥିଲା । କାହ୍ନୁ ବାଇକରେ ଚାପି ହୋଇ ରହିଥିବାବେଳେ ସାଗର ଛିଟିକି ଦୂରକୁ ପଡ଼ିଥିଲେ । କାହ୍ନୁକୁ ବଞ୍ଚାଇବାକୁ ଯାଇ ସ୍ଥାନୀୟ ଲୋକ ପାଣି ପକାଇଥିଲେ । ମାତ୍ର ପେଟ୍ରୋଲ ନିଆଁ ଲିଭିନଥିଲା ।

ତାରାସିଂ ପୁଲିସ ଶବ ସହ ବାଇକକୁ ଜବତ କରିଛି । ଗୁରୁତର ଆହତ ସାଗରଙ୍କୁ ଭଞ୍ଜନଗର ଡ଼ାକ୍ତରଖାନାରୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି ।