ବ୍ରାଣ୍ଡ ଆମ୍ବାସଡ଼ର ଭୂମି ...

ବ୍ରାଣ୍ଡ ଆମ୍ବାସଡ଼ର ଭୂମି ...

ବ୍ରାଣ୍ଡ ଆମ୍ବାସଡ଼ର ଭୂମି ...
ଅଭିନେତ୍ରୀ ଭୂମି ପେଦନକରଙ୍କ ନିମନ୍ତେ ୨୦୧୯ ସଫଳତାର ବର୍ଷ ଥିଲା କହିଲେ ଭୁଲ ହେବ ନାହିଁ । ଗତ ବର୍ଷ ତାଙ୍କ ଅଭିନୀତ ବାଲା, ପତି ପତ୍ନୀ ଔର ୱ, ସାଣ୍ଡ କି ଆଖଁ, ସୁପରହିଟ ତାଲିକାଭୁକ୍ତ ହୋଇଥିଲା । ଏବେ ମଧ୍ୟ ତାଙ୍କ ହାତରେ ଭଲ ବ୍ୟାନରର ସୁଯୋଗ ଅଛି । ତାଙ୍କ ଅଭିନୀ୍‍ ‘ଭୂତ ପାର୍ଟ ୱାନ’: ଦ ହଣ୍ଟେଡ ସିପ୍‍’, ‘ତଖତ’, ‘ପଦ୍ମାବତୀ’ ‘ଡଲି କିଟ୍ଟି ଔର ୱ ଚମକତେ ସିତାରେ’ ଚଳିତ ବର୍ଷ ମୁକ୍ତିଲାଭ ହେବ । ଏସବୁ ବାଦ୍‍ ଭୂମିଙ୍କୁ ଏକ ନୂଆ ସୁଯୋଗ ମିଳିଛି । ଏମଟିଭିରେ ଏକ ସିରିଜର ସେ ବ୍ରାଣ୍ଡ ଆମ୍ବାସଡ଼ର ଭାବେ କାମ କରୁଛନ୍ତି । ଭୂମିଙ୍କ କହିବାନୁସାରେ ଏହି ସିରିଜରେ ବିଭିନ୍ନ ସମାଜ କୈନ୍ଦି୍ରକ କାହାଣୀମାନ ପ୍ରଦର୍ଶିତ ହେବ । ସେଥିରେ ତାଙ୍କୁ ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମଣୁଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟକ୍ରମର ପ୍ରସାରଣ ଆରମ୍ଭ ହେବାର ଯୋଜନା ରହିଛି ।