ବୁଥ ଆଗରେ ଟଳି ପଡ଼ିଲେ
ବୁଥ ଆଗରେ ଟଳି ପଡ଼ିଲେ
ନୀଳଗିରି: ଭୁବନେଶ୍ୱର: ଭୋଟ ଦେଉଛି ଓଡିଶା । ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ଆଜି ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ହେଉଛି ମତଦାନ । ୧୭ ହଜାର ୮୯ଟି ବୁଥରେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ମତଦାନ କରୁଛନ୍ତି।
ତେବେ ଆଜି ବୁଥ ଆଗରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଭୋଟ ଦେବାକୁ ଆସି ଚାଲିଯାଇଛି ଜୀବନ । ୧୧ନମ୍ବର ଜୋନର ୭ନମ୍ବର ବୁଥ୍ ଆଗରେ ଭୋଟ ଦେବାକୁ ଲାଇନରେ ବୃଦ୍ଧା ଜଣଙ୍କ ଛିଡା ହୋଇଥିଲେ । ଲାଇନରେ ଛିଡା ହୋଇଥିବା ସମୟରେ ହଠାତ୍ ବୃଦ୍ଧା ଜଣଙ୍କ ଟଳିପଡିଲେ । ଘଟଣା ସ୍ଥଳରେ ଥିବା ଲୋକେ ଉକ୍ତ ବୃଦ୍ଧାଙ୍କୁ ତୁରନ୍ତ ବରହମପୁର ମେଡିକାଲକୁ ନେଇଯାଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି ।




admin 