ବିହାରରେ ହେବ ଜାତିଗତ ଜନଗଣନା

ବିହାରରେ ହେବ ଜାତିଗତ ଜନଗଣନା

ବିହାରରେ ହେବ ଜାତିଗତ ଜନଗଣନା

ପାଟଣା: ବିହାରରେ ହେବ ଜାତିଗତ ଜନଗଣନା । ଏ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଡାକିଥିବା ସର୍ବଦଳୀୟ ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ହୋଇଛି । ନୀତିଶଙ୍କ ଏ ପଦକ୍ଷେପ ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।  ଦେଶରେ ଚାଲିଥିବା ଜନଗଣନାରେ ଜାତିଗଣ ଜନଗଣନା ନେଇ ପୂର୍ବରୁ ବହୁ ଦଳ ଦାବି କରିଥିଲେ । ମାତ୍ର କେନ୍ଦ୍ର ସରକାର ଏ ଦାବିକୁ ଗୁରୁତ୍ୱ ନ ଦେବା ବହୁ ଦଳ ଅଭିଯୋଗ ଆଣିଥିଲେ । ଏମିତିକି ଏନଡିଏର ସହଯୋଗୀ ଦଳ ଜେଡିୟୁ ମଧ୍ୟ ବାରମ୍ବାର ଏହି ଦାବି ଉଠାଇ ଆସୁଛି । ଏହାକୁ ନେଇ ବିହାରରେ ଜେଡିୟୁ ଓ ବିଜେପି ଭିତରେ ବିବାଦ ଥିବା ବିଭିନ୍ନ ସମୟରେ ଶୁଣିବାକୁ ମିଳିଛି । ଏମିତିକି ଏହାକୁ ପ୍ରସଙ୍ଗ କରି ନୀତିଶ କୁମାର ବିଜେପିଠାରୁ ସମ୍ପର୍କ ଛିନ୍ନ କରି ପୁଣି ଥରେ ଲାଲୁ ଯାଦବଙ୍କ ଆରଜେଡି ସହ ହାତ ମିଳାଇବେ ବୋଲି ଢେର ଦିନରୁ ବିହାର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ନୀତିଶଙ୍କ ଏ ଦାବିକୁ ଆରଜେଡି ମଧ୍ୟ ବହୁ ପୂର୍ବରୁ ଖୋଲା ସମର୍ଥନ ଦେଇଛି । 

  ନୀତିଶ କହିଛନ୍ତି, ସର୍ବଦଳୀୟ ବୈକରେ ଉପସ୍ଥିତ ସମସ୍ତ ୯ଟି ଯାକ ଏ ଦାବିକୁ ସମର୍ଥନ ଜଣାଇଛନ୍ତି । ଯେହେତୁ ସାରା ଦେଶରେ ଜାତିଗତ ଜନଗଣନା ହୋଇପାରୁନି, ବିହାର ସରକାର ନିଜ ଉଦ୍ୟମରେ ରାଜ୍ୟରେ ଜାତିଗତ ଜନଗଣନା କରିବେ । ରାଜ୍ୟ ବିଜେପି ମଧ୍ୟ ଏହାକୁ ସମର୍ଥନ କରିଛି । ଖୁବଶୀଘ୍ର ରାଜ୍ୟ କ୍ୟାବିନେଟରେ ଏ ପ୍ରସ୍ତାବ ପାରିତ କରାଯିବ । ଏଥିପାଇଁ ଅର୍ଥ ବି ବରାଦ ହେବ ।