ବିସିସିଆଇରେ ବ୍ୟାପକ ଅଦଳ ବଦଳ ଯୋଜନା : ଲୋଧା ସଂସ୍କାରକୁ ବିପଦ

ବିସିସିଆଇରେ ବ୍ୟାପକ ଅଦଳ ବଦଳ ଯୋଜନା : ଲୋଧା ସଂସ୍କାରକୁ ବିପଦ

ବିସିସିଆଇରେ ବ୍ୟାପକ ଅଦଳ ବଦଳ ଯୋଜନା : ଲୋଧା ସଂସ୍କାରକୁ ବିପଦ
ସମ୍ବିଧାନ ସଂଶୋଧନ ଲାଗି ପ୍ରସ୍ତୁତ ହୋଇଥିବା ପ୍ରସ୍ତାବ କୁଲିଂ ଅଫ୍ ପିରିୟଡ ଲାଗି କେବଳ ବିସିସିଆଇ କାର୍ଯ୍ୟକାଳକୁ ବିଚାରକୁ ନେବା, ସଂପାଦକଙ୍କୁ କ୍ଷମତା ବୃଦ୍ଧି ଏବଂ ପରିଚାଳନା ଅଧିକାର ପ୍ରଦାନ, ଅଯୋଗ୍ୟ ଘୋଷଣା ଏବଂ ସର୍ବୋଚ୍ଚ ବୟସ ନିୟମରେ ପରିବର୍ତ୍ତନ, ସମ୍ବିଧାନ ସଂଶୋଧନରୁ ଉଚ୍ଚତମ ନ୍ୟାୟାଳୟଙ୍କୁ ଦୂରେଇ ରଖିବା ନୂଆଦିଲ୍ଲୀ: ବିସିସିଆଇର ନବନିର୍ବାଚିତ କର୍ମକର୍ତ୍ତା ବିଶ୍ୱର ଏହି ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡର ସମ୍ବିଧାନରେ ବଡ଼ ଧରଣର ଅଦଳ ବଦଳ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏଥିନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇ ସାରିଥିଲା ବେଳେ ଆଇନଗତ ଦିଗର ତର୍ଜମା ଚାଲିଛି । କର୍ମକର୍ତ୍ତାମାନେ ଲୋଧା ସମିତି ସୁପାରିସ ଅନୁଯାୟୀ ବିସିସିଆଇ ସମ୍ବିଧାନରେ ସ୍ଥାନ ପାଇଥିବା "କୁଲିଂ ଅଫ୍ ପିରିୟଡ୍' ଓ ଅଯୋଗ୍ୟ ଘୋଷିତ ହେବା ମାନଦଣ୍ଡରେ ପରିବର୍ତନ ସହ ସଂପାଦକଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ ତଥା ସମ୍ବିଧାନ ସଂଶୋଧନ ବେଳେ ଉଚ୍ଚତମ ନ୍ୟାୟାଳୟଙ୍କ ଅନୁମତି ନେବା ବ୍ୟବସ୍ଥାକୁ ବଦଳାଇବାକୁ ଯୋଜନା କରୁଛନ୍ତି । ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ଗତବର୍ଷ ମଞ୍ଜୁରିଲାଭ କରିଥିବା ବିସିସିଆଇର ସମ୍ବିଧାନରେ ଯେ କୌଣସି ପ୍ରକାର ସଂଶୋଧନ ଆଣିବା ଲାଗି କିନ୍ତୁ ବିସିସିଆଇ ବାର୍ଷିକ ସାଧାରଣ ବୈଠକରେ ଯୋଗ ଦେବାକୁ ଥିବା ରାଜ୍ୟସଂଘ ପ୍ରତିନିଧି ସଂଖ୍ୟାର ଚାରିରୁ ତିନି ଭାଗ ଏହା ସପକ୍ଷରେ ଭୋଟ ଦେବାର ଆବଶ୍ୟକତା ରହିଛି । ତା' ସହ ଏଥିନେଇ ଉଚ୍ଚତମ ନ୍ୟାୟାଳୟଙ୍କ ମଞ୍ଜୁରିର ମଧ୍ୟ ଦରକାର ରହିଛି । ସଂଶୋଧନ ପ୍ରସ୍ତାବ ଚିଠା ସଭାପତି ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ପ୍ରସ୍ତୁତ କରାଯାଇଛି । ଡିସେମ୍ବର ପହିଲାରେ ବସିବାକୁ ଥିବା ବାର୍ଷିକ ସାଧାରଣ ବୈଠକ ଏବଂ ପ୍ରସ୍ତାବିତ ସମ୍ବିଧାନ ସଂଶୋଧନ ନେଇ ବିଭିନ୍ନ ରାଜ୍ୟସଂଘକୁ ଶନିବାର ନୋଟିସ୍ ପଠାଯାଇ ସାରିଛି ।