ବିଶ୍ୱକପ୍ ୨୦୧୯ : ଅଷ୍ଟ୍ରେଲିଆକୁ ଭେଟିବ ଭାରତ

ବିଶ୍ୱକପ୍ ୨୦୧୯ : ଅଷ୍ଟ୍ରେଲିଆକୁ ଭେଟିବ ଭାରତ

ବିଶ୍ୱକପ୍ ୨୦୧୯ :  ଅଷ୍ଟ୍ରେଲିଆକୁ ଭେଟିବ ଭାରତ
ଇଂଲଣ୍ଡ : ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ରେ ରବିବାର ହେବ ବିଗ୍ ଫାଇଟ୍ । ବିରାଟ ବାହିନୀ ନିଜର ଦ୍ୱିତୀୟ ମ୍ୟାଚ୍ ରେ ଭେଟିବାକୁ ଯାଉଛି କଙ୍ଗାରୁ ଦଳକୁ । ଲଣ୍ଡନର କେନିଙ୍ଗଟନ୍ ଓଭାଲ ଷ୍ଟାଡିୟମରେ ରବିବାର ଅପରାହ୍ନ ୩ଟାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ହାଇଭୋଲଟେଜ୍ ମ୍ୟାଚ ଖେଳାଯିବ । ଚଳିତ ବିଶ୍ୱକପରେ ବର୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ୨ଟି ମ୍ୟାଚ ଖେଳିଥିବା ବେଳେ ୨ଟି ଯାକରେ ବିଜୟୀ ହୋଇଛି । ସେହିପରି ଭାରତ ମଧ୍ୟ ସାଉଥ୍ ଆଫ୍ରିକା ବିରୋଧରେ ଗୋଟିଏ ମ୍ୟାଚ ଖେଳି ବିଜୟୀ ହୋଇଛି । ୨୦୧୫ ବିଶ୍ୱକପ ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆ ଠାରୁ ୯୫ ରନର ଏକ ବଡ ବ୍ୟବଧାନରେ ପରାସ୍ତ ହୋଇଥିଲା । ତେଣୁ ଆସନ୍ତାକାଲି ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଗତ ବୁଧବାର ଦିନ ଖେଳା ଯାଇଥିବା ମ୍ୟାଚ୍ ରେ ଦକ୍ଷିଣଆଫ୍ରିକାକୁ ୬ ୱିକେଟରେ ପରାସ୍ତ କରିଥିବାରୁ ଭାରତର ମନୋବଳ ସୁଦୃଢ ରହିଛି । ପ୍ରଥମ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ବିରାଟ ବାହିନୀ ଦମଦାର ପ୍ରଦର୍ଶନ କରିଥିଲା । ତେଣୁ ଟିମ୍ ବିରାଟ୍ ରେ କୌଣସି ପରିବର୍ତନ କରାନଯାଇପାରେ । ସମ୍ଭାବ୍ୟ ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାୱନ, କେ.ଏଲ୍ ରାହୁଲ, ମହେନ୍ଦ୍ର ସିଂହ ଧୋନୀ (ଓି୍ୱକେଟ୍ ରକ୍ଷକ), କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଜସପ୍ରିତ ବୁମରା ।