ବିଶ୍ବରେ ୫୦ ଲକ୍ଷ ଟପିଲା କୋଭିଡ୍‌ ମୃତ୍ୟୁ

ବିଶ୍ବରେ ୫୦ ଲକ୍ଷ ଟପିଲା କୋଭିଡ୍‌ ମୃତ୍ୟୁ

ବିଶ୍ବରେ ୫୦ ଲକ୍ଷ ଟପିଲା କୋଭିଡ୍‌ ମୃତ୍ୟୁ

 ନୂଆଦିଲ୍ଲୀ: ଡେଲ୍ଟା ଭେରିଆଣ୍ଟ୍  ଯୋଗୁଁ ବିଶ୍ବର ବିଭିନ୍ନ ପ୍ରାନ୍ତରେ ମୃତ୍ୟୁ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଛି। ବିଶ୍ବବ୍ୟାପୀ କୋଭିଡ୍-୧୯ ଜନିତ ସମୁଦାୟ ମୃତ୍ୟୁ ସଂଖ୍ୟା ୫୦ ଲକ୍ଷ ଟପିଯାଇଥିବା କଥା ଶୁକ୍ରବାର ଦିନ ରଏଟର୍ସ ଟାଲିରୁ ଜଣାପଡ଼ିଛି। ବିଶେଷକରି ଟିକା ନ ନେଇଥିବା ହେତୁ ‘ଡେଲ୍ଟା ଭେରିଆଣ୍ଟ୍’ ସଂକ୍ରମଣଜନିତ ମୃତ୍ୟୁ ଘଟୁଥିବା ରିପୋର୍ଟ କହିଛି। ୨.୫ ନିୟୁତ ସଂଖ୍ୟକ କୋଭିଡ୍-୧୯ ମୃତ୍ୟୁ ପାଇଁ ପ୍ରାୟ ୧ ବର୍ଷ ଲାଗିଥିବା ବେଳେ ପରବର୍ତ୍ତୀ ୨.୫ ନିୟୁତ ମୃତ୍ୟୁ ୨୩୬ ଦିନରେ ରେକର୍ଡ କରାଯାଇଛି ବୋଲି ‘ରଏଟର୍’ କରିଥିବା ବିଶ୍ଳେଷଣରୁ ସୂଚନା ମିଳିଛି। ଗତ ସାତ ଦିନରେ ବିଶ୍ବରେ ଘଟିଥିବା କୋଭିଡ୍-୧୯ଜନିତ ଅଧାରୁ ଅଧିକ ମୃତ୍ୟୁ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍, ବ୍ରାଜିଲ୍, ମେକ୍ସିକୋ ଓ ଭାରତରେ। ଗତ ସପ୍ତାହ ସାରା ବିଶ୍ବରେ ଦୈନିକ ହାରାହାରି ୮୦୦୦ କୋଭିଡ୍ ଜନିତ ମୃତ୍ୟୁ ଘଟୁଛି। ସେହି ହାରରେ ହିସାବ କଲେ ପ୍ରତି ମିନିଟ୍ରେ ୫ଜଣଙ୍କର ମୃତ୍ୟୁ ଘଟୁଛି।

 ‘ୱାର୍ଲଡ୍ ଡାଟା’ ଅନୁସାରେ, ବିଶ୍ବରେ ଅର୍ଦ୍ଧାଧିକ ଜନତା ଏଯାବତ୍ ଗୋଟିଏ ଡୋଜ୍ ଟିକା ମଧ୍ୟ ନେଇ ନାହାନ୍ତି।