ବିବାହ ବନ୍ଧନରେ କରିସ୍ମା

ବିବାହ ବନ୍ଧନରେ କରିସ୍ମା

ବିବାହ ବନ୍ଧନରେ କରିସ୍ମା

ଲୋକପ୍ରିୟ ଟେଲି ଅଭିନେତ୍ରୀ କରିସ୍ମା ତନ୍ନା ଓ ବରୁଣ ବଙ୍ଗେରା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତକାଲି ବିବାହ ସମ୍ପନ୍ନ ହେବା ପରେ ଦୁହେଁ ଦାମ୍ପତ୍ୟ ଜୀବନ ଆରମ୍ଭ କରିଛନ୍ତି । ସୋସିଆଲ୍ ମିଡିଆରେ ଏବେ ଦୁହିଁଙ୍କ ବିବାହ ଫଟୋ ଜୋରସୋରରେ ଭାଇରଲ୍ ହେଉଛି । ଫ୍ୟାନ୍ସ, ବନ୍ଧୁ ଓ ପରିଜନ ମାନେ କପଲଙ୍କ ଫଟୋକୁ ସେୟାର୍ କରି ବିବାହ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି । କରିସ୍ମା ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର୍ କରିଛନ୍ତି।

ସୂଚନାଯୋଗ୍ୟ, ବରୁଣ ବଙ୍ଗେର ଏବଂ କରିସ୍ମା ତନ୍ନାଙ୍କ ଫଟୋ ବିରଳ ଭିୟାନୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଦୁହେଁ ପାପାରାଜିଙ୍କୁ ପୋଜ୍‌ ଦେଇ ହସରେ ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି। କରିସ୍ମା ଏବଂ ବରୁଣଙ୍କ େଓ୍ଵଡିଂ ଫଟୋ ଭାଇରଲ ହେଉଛି।