ବିନା ଭକ୍ତରେ ଧବଳେଶ୍ବରଙ୍କ ପୀଠରେ ବଡ଼ ଓଷା

ବିନା ଭକ୍ତରେ ଧବଳେଶ୍ବରଙ୍କ ପୀଠରେ ବଡ଼ ଓଷା

ବିନା ଭକ୍ତରେ ଧବଳେଶ୍ବରଙ୍କ ପୀଠରେ ବଡ଼ ଓଷା

ଆଠଗଡ: ଆଜି ପଞ୍ଚକର ତୃତୀୟ ଦିନ ଓ ଆଜି ହେଉଛି ବଡ ଓଷା । ଚାରିଆଡେ ଭାବ ଓ ଭକ୍ତିର ପରିବେଶ । ଘରେ ଘରେ ମୁରୁଜ  ପକାଇବା ସହିତ, ହବିଷ ରାନ୍ଧି ଖାଉଛିନ୍ତ ଶ୍ରଦ୍ଧାଳୁ। ତେବେ ଏବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ଦର୍ଶନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । 

ତେବେ ଆଜ ବଡଓଷା ହୋଇଥିବାରୁ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବ ଧବାଳେଶ୍ୱର ।    

ଭୋରରୁ ସମସ୍ତ ନୀତିକାନ୍ତି ସହ ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା।ପରେ ମଙ୍ଗଳ ଆଳତି କରିବା ପରେ ପହଡ ଖୋଲାଯାଇଥିଲା। ପ୍ରଶାସନ ପକ୍ଷରୁ କୋଭିଡ କଟକଣା ପାଇଁ ପୀଠରେ ଜାରି ହୋଇଛି ୧୪୪ ଧାରା। ଏଥିପାଇଁ ବିନା ଭକ୍ତରେ ପାଳନ ହେଉଛି ବଡଓଷା।  ଆଜି ପୂଜକଙ୍କ ପରିବାର ପକ୍ଷରୁ ଗଜଭୋଗ ପ୍ରସ୍ତୁତି କରାଯାଇ ମଧ୍ୟରାତ୍ରିର ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଧବଳେଶ୍ୱରଙ୍କ ପାଖରେ ଲାଗି କରାଯିବ ପ୍ରସିଦ୍ଧ ଗଜଭୋଗ।   ଏହି ଗଜଭୋଗ ପାଇଁ ପୂଜକଙ୍କ ପରିବାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।