ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକଙ୍କୁ ଜେରା

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକଙ୍କୁ ଜେରା

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକଙ୍କୁ ଜେରା
ବ୍ରହ୍ମପୁର: ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଗୋପାଳପୁର ବିଧାୟକ ଡ.ପାଣିଗ୍ରାହୀଙ୍କ ଭାବି ଜ୍ୱାଇଁ ଆକାଶ ପାଠକ ଶହ ଶହ ଯୁବକଙ୍କଠାରୁ ଟଙ୍କା ଠକେଇ କରିଥିବା ଜଣାପଡ଼ିବା ପରେ ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ପ୍ରଦୀପଙ୍କ ସମର୍ଥକଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରା ଉଚରା କରିଛି । ଆକାଶ ପାଠକ ବିଧାୟକ ପାଣିଗ୍ରାହୀ ଓ ତାଙ୍କ ସମର୍ଥକଙ୍କ ଜରିଆରେ ୬୮ଟି ଲେଟର ଅଫ ଇଣ୍ଡେନ ଦେଇଛନ୍ତି । ଏହି ଭିଜିଲାନ୍ସରେ ଧରାପଡ଼ିବା ପରେ ଅଧିକ ତଦନ୍ତ କରାଯାଉଛି । ବିଧାୟକ ପ୍ରଦୀପ ଓ ତାଙ୍କ ସମର୍ଥକଙ୍କ ଜରିଆରେ ଏହି ଠକେଇ ହୋଇଥିବା ଜଣାପଡ଼ିଛି । କ୍ରାଇମବ୍ରାଞ୍ଚ ଏହା ଜାଣିବା ପରେ ରବିବାର ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଥିବା ସୂଚନା ମିଳିଛି । ପ୍ରଦୀପଙ୍କ ବହୁ ସମର୍ଥକଙ୍କୁ ଘରୁ ଉଠାଇ ଆଣି ପଚରା ଉଚରା କରିବା ପରେ ଛଡ଼ାଯାଇଛି ।