ବିଧାୟକଙ୍କ ପ୍ରେମ ବିବାହରେ ଟୁଇଷ୍ଟ, କୋର୍ଟ ବିବାହ ପୂର୍ବରୁ ମା’ ଅସୁସ୍ଥ!

ବିଧାୟକଙ୍କ ପ୍ରେମ ବିବାହରେ ଟୁଇଷ୍ଟ, କୋର୍ଟ ବିବାହ ପୂର୍ବରୁ ମା’ ଅସୁସ୍ଥ!

ବିଧାୟକଙ୍କ ପ୍ରେମ ବିବାହରେ ଟୁଇଷ୍ଟ, କୋର୍ଟ ବିବାହ ପୂର୍ବରୁ ମା’ ଅସୁସ୍ଥ!

ଜଗତସିଂହପୁର: ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ବିବାହ କରିଥାନ୍ତେ। ସବୁ କିଛି ନିଷ୍ପତ୍ତି ସରିଥିଲା। ହେଲେ ଏହା ପୂର୍ବ ସନ୍ଧ୍ୟାରେ ଅତ୍ୟଧିକ ମେଡିସିନ ଡୋଜ ଖାଇ ଗୁରୁତର ହୋଇପଡ଼ିଲେ ମା’। ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ଉଦ୍ୟମ ତାହାକୁ ନେଇ ଜଗତସିଂହପୁର ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି।

ଦୀର୍ଘ ଦିନର ଲୁଚକାଳି ଖେଳ ପରେ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ନିଜ ପ୍ରେମିକାଙ୍କୁ ବିବାହ କରିବା ନିମନ୍ତେ ଗତକାଲି ଜଗତସିଂହପୁରସ୍ଥିତ ସବରେଜିଷ୍ଟ୍ରାର ଅଫିସରେ ବିଧିବଦ୍ଧ ଆବେଦନ କରିଛନ୍ତି। ହେଲେ ପୁଅ କୋର୍ଟ ମ୍ୟାରେଜ ପାଇଁ ଆବେଦନ କରୁ କରୁ ଆସିଛି ମା’ ଙ୍କ ଅସୁସ୍ଥତା ଖବର ଏବେ ଏହି ହାଇ ପ୍ରୋଫାଇଲ୍‌ ପ୍ରେମ କାହାଣୀରେ ଟୁଇଷ୍ଟ ଆଣିଛି। ସୋମାଲିକାଙ୍କ ସହ ପୁଅର ବିବାହ ନେଇ ରାଜି ନ ଥିବା ବିଧାୟକ ବିଜୟ ଶଙ୍କର ଦାସଙ୍କ ମା’ଙ୍କ ହଠାତ୍ ଅସୁସ୍ଥତାକୁ ନେଇ ନାନା ଚର୍ଚ୍ଚା ହେଉଛି। ଏପରିକି ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ଜୋର ଧରିଛି। ମାତ୍ର ଏହି ସବୁ କଥାକୁ ଖଣ୍ଡନ କରିଛନ୍ତି ବିଧାୟକ ବିଜୟ ଶଙ୍କର।

ଏନେଇ ସେ କହିଛନ୍ତି, ମା’ ସୋମବାର ସନ୍ଧ୍ୟାରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଘରେ ଏକାଧିକ ମେଡିସିନ ଖୋଳ ପଡ଼ିଥିବା ଦେଖି ସେ ଅତ୍ୟଧିକ ଡୋଜ ଖାଇ ଦେଇଥିବା ପରିବାର ଲୋକ ସନ୍ଦେହ କଲେ। ଏହାପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମା’ ଭଲ ହେବା ପରେ ହିଁ ମେଡିସିନ ଖାଇବା ପଛର କାରଣ କହିପାରିବେ ବୋଲି କହିଛନ୍ତି ବିଧାୟକ ବିଜୟ ଶଙ୍କର। ତେବେ ଉଭୟ ବିଜୟ ଶଙ୍କର ଓ ସୋମାଲିକାଙ୍କ କୋର୍ଟ ମ୍ୟାରେଜ ଆବେଦନ ପୂର୍ବରୁ ଉଭୟଙ୍କ ସମ୍ପର୍କକୁ ନେଇ ଘରେ ତୁମୁଳ କାଣ୍ଡ ଘଟିଥାଇପାରେ ଓ ବିଜୟ ଶଙ୍କରଙ୍କ ମା’ ଏପରି ପଦକ୍ଷେପ ନେଇ ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଜଗତସିଂହପୁର ଟାଉନ୍ ଅଂଚଳର ଯୁବତୀ ସୋମାଲିକାଙ୍କ ସହ ଦୀର୍ଘ ୫ ବର୍ଷ ଧରି ତିର୍ତ୍ତାଲ ବିଧାୟକ ଶ୍ରୀ ଦାସ ପ୍ରେମ ସମ୍ପର୍କରେ ରହିଥିଲେ। କିନ୍ତୁ ବିବାହ ପାଇଁ ସୋମାଲିକା ଚାପ ପକାଇବା ପରେ ଗତବର୍ଷ ନଭେମ୍ବର ପରଠୁ ତାଙ୍କ ସହ ସମସ୍ତ ପ୍ରକାରର ସମ୍ପର୍କ ଛିନ୍ନ କରି ଦେଇଥିଲେ ବିଧାୟକ ଶ୍ରୀ ଦାସ। ତାଙ୍କର ଏଭଳି ପରିବର୍ତ୍ତନ ପରେ ସୋମାଲିକା ସୋଶାଲ୍ ମିଡିଆରେ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତରେ ଫଟୋ ଛାଡ଼ି ଚର୍ଚ୍ଚାକୁ ଆସିଥିଲେ। ଏସବୁ ସତ୍ତ୍ୱେ ବିଧାୟକ ଶ୍ରୀ ଦାସ ତାଙ୍କୁ ବିବାହ କରିବେ ନାହିଁ ବୋଲି ରୋକଠୋକ୍ ଶୁଣାଇଥିଲେ। ମାତ୍ର ସୋମାଲିକା ନଛୋଡ଼ବନ୍ଦା ହୋଇ ନିଜ ହକ୍ ପାଇଁ ଲଢ଼ି ଶେଷରେ ବିଜୟୀ ହୋଇଛନ୍ତି।