ବିଦେଶକୁ ବିମାନ ଚଳାଚଳ ମନା

ବିଦେଶକୁ ବିମାନ ଚଳାଚଳ ମନା

ବିଦେଶକୁ ବିମାନ ଚଳାଚଳ ମନା
ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ସ୍ଥିତିକୁ ଦେଖି କେନ୍ଦ୍ର ଗୃହମନ୍ତ୍ରାଳୟ ବୁଧବାର ଦିନ ଡିସେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି କରିଥିଲେ । ତେବେ ଏହି ଗାଇଡଲାଇନ୍‌ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଜାରି ହୋଇଥିବା ଗାଇଡଲାଇନ୍‌ରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତିଲ କରାଯାଇଛି । ଡିସେମ୍ବର ଗାଇଡଲାଇନରେ ସାମ୍ୟନ୍ୟ ପରିବର୍ତ୍ତନ ଆଣି କେନ୍ଦ୍ର ଏହାକୁ ବାତିଲ କରିଛି । ଡିସେମ୍ବର ୩୧ ତାରିଖ ଯାଏଁ ବିଦେଶକୁ ବିମାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ତେବେ ମାଲବାହୀ ବିମାନ ଚଳାଚଳ ଉପରେ କଟକଣା ନାହିଁ ।