ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା

ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା

ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା
ଡେରାଡୁନ୍ : ଉତ୍ତରାଖଣ୍ଡର ଜନୈକ ବିଜେପି ବିଧାୟକଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ବିଜେପି ବିଧାୟକ ମହେଶ ନେଗୀଙ୍କ ବିରୋଧରେ ଦୁଷ୍ମର୍ମ ଅଭିଯୋଗ କରାଯାଇଥିବା ଜଣାପଡିଛି । ଉକ୍ତ ମହିଳା ଜଣଙ୍କ ନେଗୀଙ୍କ ପଡୋଶୀ ଏବଂ ୨୦୧୬ରୁ ୨୦୧୮ ମଧ୍ୟରେ ନେଗୀ ତାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି । ବିଧାୟକଙ୍କ ପତ୍ନୀ ଉକ୍ତ ମହିଳାଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି । ନେହେରୁ ନଗର ଥାନାରେ ଉଭୟ ମାମଲା ରୁଜୁ ହୋଇଥିବା ନେଇ ଡିଜି ଅଶୋକ କୁମାର ସୂଚନା ଦେଇଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ ଦ୍ୱାରହାଟ ବିଧାୟକ ନେଗୀଙ୍କ ପଡୋଶୀ । ୨୦୧୬ରେ ନିଜ ମା’ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ନେଗୀଙ୍କ ସହିତ ପରିଚୟ ପରେ ଘନିଷ୍ଠତା ବଢିଥିଲା । ବିଧାୟକଙ୍କ ସହିତ ସେ, ମସୌରୀ, ନୈନିତାଲ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ନେପାଳ ବୁଲିବାକୁ ଯାଇଥିବା ମଧ୍ୟ ମହିଳା ଜଣକ ଉଲ୍ଲେଖ କରିଛନ୍ତି । ଏହା ସହିତ ବିଧାୟକଙ୍କ ପତ୍ନୀ ଏହି ଘଟଣାକୁ ଚପାଇବା ନିମନ୍ତେ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଚେଷ୍ଟା କରିଥିବା ନେଇ ମହିଳା ଜଣକ ଅଭିଯୋଗକ କରିଛନ୍ତି । ଏହି ଘଟଣାରେ ବିଧାୟକଙ୍କ ମତ ମିଳି ପାରିନାହିଁ ।