ବିଜେପିରେ ଯୋଗଦେଲେ ଅଖିଳେଶଙ୍କ ଭାଇବୋହୂ ଅପର୍ଣ୍ଣା
ବିଜେପିରେ ଯୋଗଦେଲେ ଅଖିଳେଶଙ୍କ ଭାଇବୋହୂ ଅପର୍ଣ୍ଣା
ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ସିଂହ ଯାଦବଙ୍କ ଭାଇ ବୋହୂ। ସାମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂହ ତାଙ୍କୁ ବିଜେପିରେ ବିଧିବଦ୍ଧ ଭାବେ ସାମିଲ କରାଇଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ଡେପୁଟି ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟ ମଧ୍ୟ ଉପସ୍ଥିତ ଥିଲେ।ବିଜେପିରେ ଯୋଗ ଦୋବ ପରେ ଅପର୍ଣ୍ଣା ବିଜେପି ସଭାପତି ଜଗତ ପ୍ରସାଦ ନଡ୍ଡାଙ୍କୁ ଭେଟିଛନ୍ତି। ନଡ୍ଡା ତାଙ୍କୁ ପାର୍ଟିର ଉତ୍ତରୀୟ ଦେଇ ଦଳରେ ସାମିଲ କରାଇଥିଲେ।
ମୁଲାୟମ ସିଂହଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ। ସେ ମୁଲାୟମଙ୍କ ଦ୍ୱିତୀୟ ସ୍ତ୍ରୀ ସାଧାନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ସ୍ତ୍ରୀ। ୨୦୧୭ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଅପର୍ଣ୍ଣା। ଲକ୍ଷ୍ନୌ କେଣ୍ଟରୁ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେତେବେଳେ ତାଙ୍କୁ ୬୩ ହଜାର ଭୋଟ ମିଳିଥିଲା। ସେ ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କୁ ଦେଇଥିଲେ କଡା ଟକ୍କର।
ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ସମାଜବାଦୀ ପାର୍ଟି ପୁଣି ଥରେ ଏଠି ସତ୍ତାକୁ ଫେରିବ ଏବଂ ବିଜେପିକୁ ମାତ୍ ଦେବ ବୋଲି ଜୋରସୋର୍ରେ କସରତ୍ ଚଳାଇଛି। ଏପରିକି ବିଜେପିର କିଛି ନେତାଙ୍କୁ ନିଜ ଆଡକୁ ମଧ୍ୟ ଟାଣି ସାରିଲାଣି। ଏହାରି ଭିତରେ ଏବେ ବିଜେପି ସମାଜବାଦୀ ପାର୍ଟିକୁ ଦେଇଛି ବଡ ଝଟ୍କା। ତାଙ୍କରି ଘର ଭିତରୁ ହିଁ ଜଣେ ଟାଣୁଆ ନେତାଙ୍କୁ ନିଜ ଆଡକୁ ଟାଣି ଆଣିଛି। ମୁଲାୟମଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବଙ୍କୁ ବିଜେପିରେ ସାମିଲ କରାଯାଇଛି।
ବିଜେପିରେ ସାମିଲ ହେବା ପରେ ଅପର୍ଣ୍ଣା କହିଛନ୍ତି, ‘ମୁଁ ସର୍ବଦା ପିଏମ ମୋଦୀଙ୍କ ଦ୍ୱାରା ପ୍ରଭାବିତ ହୋଇଛି। ଦେଶ ମୋ ପାଇଁ ପ୍ରଥମ ଅଟେ ଜ୍ଝ ମୁଁ ବର୍ତ୍ତମାନ ଦେଶକୁ ପୂଜା କରିବାକୁ ବାହାରିଛି, ଯେଉଁଥିରେ ମୁଁ ସମସ୍ତଙ୍କ ସହଯୋଗ ଚାହୁଁଛି।’ ତେବେ ଆଗକୁ ଅପର୍ଣ୍ଣା କେଉଁ ଆସନରୁ ଲଢ଼ିବେ ଆଉ ନିଜ ଘରର କାହାକୁ ଟକ୍କର ଦେବେ ତାହା ଦେଖିବା ବାକି ରହିଲା।




admin 