ବିଜେଡି ବିଧାୟକଙ୍କ ଉପରେ ଦଳୀୟ ସୁପ୍ରିମୋଙ୍କ କଡ଼ା ନଜର

ବିଜେଡି ବିଧାୟକଙ୍କ ଉପରେ ଦଳୀୟ ସୁପ୍ରିମୋଙ୍କ କଡ଼ା ନଜର

ବିଜେଡି ବିଧାୟକଙ୍କ ଉପରେ ଦଳୀୟ ସୁପ୍ରିମୋଙ୍କ କଡ଼ା ନଜର
ଭୁବନେଶ୍ଵର: ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡିର ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ବିଶେଷ କରି ବିଧାନସଭାରେ ଶାସକ ଦଳ ସଦସ୍ୟଙ୍କ ଉପସ୍ଥାନ ଉପରେ ଗୁରୁତ୍ଵାରୋପ କରିଥିଲେ। ପ୍ରତିଦିନ ଦଳୀୟ ସଦସ୍ୟମାନେ ବିଧାନସଭାରେ ଉପସ୍ଥିତ ରହିବାକୁ ନବୀନ ନିର୍ଦେଶ ଦେଇଥିଲେ। ଯେଉଁ ସଦସ୍ୟ ଦୁଇ ଦିନରୁ ଅଧିକ ଛୁଟିରେ ଯିବେ ସେମାନଙ୍କୁ ତାଙ୍କଠାରୁ ଅନୁମତି ନେବାକୁ ପଡ଼ିବ ବୋଲି ନବୀନ କହିଛନ୍ତି। ଦଳର ମୁଖ୍ୟ ସଚେତକ ସଦସ୍ୟଙ୍କ ଉପସ୍ଥାନ ନେଇ ଦଳର ସୁପ୍ରିମୋଙ୍କୁ ଦୈନିକ ରିପୋର୍ଟ କରିବେ। ପ୍ରତିଦିନ ସାଢ଼େ ୧୧ଟାରେ ମୁଖ୍ୟ ସଚେତକ ଉପସ୍ଥାନ ରିପୋର୍ଟ କରିବେ। ସେହିପରି ନୂଆ ସଦସ୍ୟଙ୍କ କାର୍ଯ୍ୟଶୈଳୀ ଉପରେ ବି ନଜର ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।