ବାହା ହେବେ ‘ବାହୁବଳୀ’ ଅଭିନେତା ପ୍ରଭାସ

ବାହା ହେବେ ‘ବାହୁବଳୀ’ ଅଭିନେତା ପ୍ରଭାସ

ବାହା ହେବେ ‘ବାହୁବଳୀ’ ଅଭିନେତା ପ୍ରଭାସ
ଆମେରିକାରେ ଅବସ୍ଥାପିତ ଜଣେ ଧନାଢ଼୍ୟ ବ୍ୟବସାୟୀଙ୍କ କନ୍ୟାଙ୍କୁ ‘ବାହୁବଳୀ’ ଅଭିନେତା ପ୍ରଭାସ ବାହା ହେବେ । ଆଗାମୀ ଫିଲ୍ମ ସାହୋ’ ମୁକ୍ତିଲାଭ ପରେ ବର୍ଷ ଶେଷ ଆଡ଼କୁ ତାଙ୍କ ବିବାହ ଅନୁଷ୍ଠିତ ହେବ । ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । ପ୍ରଭାସ ନିଜେ ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଏବଂ ଦୁହିଁଙ୍କ ଭିତରେ କେବଳ ଉତ୍ତମ ବନ୍ଧୁତା ବ୍ୟତୀତ ଅନ୍ୟ କିଛି ସମ୍ପର୍କ ନଥିବା ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ସୁଜିତଙ୍କ ନିର୍ଦ୍ଦେଶିତ ‘ସାହୋ’ରେ ପ୍ରଭାସଙ୍କ ସହିତ ଶ୍ରଦ୍ଧା କପୁର, କେକୀ ଶ୍ରଫ୍ ଏବଂ ନୀଲ ନୀତିନ ମୁକେଶ ପ୍ରମୁଖ ନଜରକୁ ଆସିବେ ।