ବାର୍ଡ ଫ୍ଲୁ ପାଇଁ ନମୁନା ସଂଗ୍ରହ

ବାର୍ଡ ଫ୍ଲୁ ପାଇଁ ନମୁନା ସଂଗ୍ରହ

ବାର୍ଡ ଫ୍ଲୁ ପାଇଁ ନମୁନା ସଂଗ୍ରହ

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନରେ ଏବେ ବାର୍ଡ ଫ୍ଲୁ ଆଶଙ୍କା ଥିବାରୁ ପ୍ରାଥମିକ ପର୍ୟ୍ୟାୟରେ ରବିବାର ବିଦେଶାଗତ ପକ୍ଷୀମାନଙ୍କ ମଳ, ଲାଳ ଓ ସମ୍ପୃକ୍ତ ଅଞ୍ଚଳର ମାଟି ଆଦି ନମୁନା ସଂଗ୍ରହ କରାଯାଇଛି। ଏହାକୁ ପରୀକ୍ଷା ଲାଗି ଲାବୋରୋଟୋରିକୁ ପଠଯାଇଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଣୀ ଦିପ୍ତୀ ମହାପାତ୍ରଙ୍କ ନେତୃତ୍ୱରେ ରାଜନଗରପ୍ରାଣୀଚିକିତ୍ସାଧିକାରୀ ଡା. କିଶୋର କୁମାର ସାହୁ, ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରକାଶ କୁମାର ଜେନା, ପିନାକ ରଞ୍ଜନ ରାଉତ ପ୍ରମୁଖ ଭିତରକନିକା ସୀମା ସରହଦରେ ଥିବା ସ୍ଥାନ ଗୁଡିକରୁ ମାଟି, ପକ୍ଷୀମାନଙ୍କର ମଳ, ଲାଳ ପ୍ରଭୃତି ୩୦ଟି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ କଟକ ଜିଲ୍ଲା ଫୁଲନଖରାସ୍ଥିତ ପ୍ରାଣୀ ଗବେଷଣା କେନ୍ଦ୍ରକୁ ପଠାଇଥିବା ଡା. ସାହୁ ସୂଚନା ଦେଇଛନ୍ତି ।

ସୁଦୂର ଫ୍ରାନ୍ସ, ସାଇବେରିଆ, ମଙ୍ଗୋଲିଆ, ମାଲେସିଆ ଓ ହିମାଳୟ ପାଦଦେଶରୁ ଲକ୍ଷ ଲକ୍ଷ ବିଦେଶାଗତ ପକ୍ଷୀ ଭିତରକନିକା ମୁହାଁ ହେଇଛନ୍ତି । ବିଦେଶାଗତ ପକ୍ଷୀ ଏବଂ ଏଠାରେ ସ୍ଥାୟୀ ଭାବେ ବସବାସ କରୁଥିବା ଦେଶୀୟ ପକ୍ଷୀମାନଙ୍କ ମଧ୍ୟରେ ମିଳାମିଶା ଯୋଗୁଁ ବାର୍ଡ ଫ୍ଲୁ ଆଶଙ୍କା ଦେଖାଦେଇ।