ବାଥରୁମ ତିଆରି କଲାବେଳେ ମାନନ୍ତୁ ଏହି ବାସ୍ତୁ କଥା, ନଚେତ ପସ୍ତେଇବେ
ବାଥରୁମ ତିଆରି କଲାବେଳେ ମାନନ୍ତୁ ଏହି ବାସ୍ତୁ କଥା, ନଚେତ ପସ୍ତେଇବେ
ବାଥରୁମ ସହ ଜଡିତ ବାସ୍ତୁ ଦୋଷ ଘରେ ନକରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ଯାହାର ପ୍ରଭାବ ଘରର ସଦସ୍ୟଙ୍କ ଉପରେ ପଡିଥାଏ । ଆସନ୍ତୁ ଜାଣିବା ବାଥରୁମ –ଟଏଲେଟ୍ ସହ ଜଡିତ କିଛି ଖାସ ନିୟମ,ଯାହା ଉପରେ ଧ୍ୟାନ ରଖିବା ଜରୁରୀ ।
ବାଥରୁମ ସହ ଜଡିତ ବାସ୍ତୁ ନିୟମ
• କିଚେନ ଘର ଆଗରେ କିମ୍ବା ପାଖରେ ବାଥରୁମ ହେବା ଉଚିତ୍ ନୁହେଁ । ବାଥରୁମରେ ଟଏଲେଟ ସିଟ୍ ସର୍ବଦା ପଶ୍ଚିମ ବା ଉତ୍ତର-ପଶ୍ଚିମ ଦିଗକୁ ହେବା ଉଚିତ୍ ।
• ବାଥରୁମ କେବେ ବି ଦକ୍ଷିଣ, ଦକ୍ଷିଣ-ପୂର୍ବ ବା ଦକ୍ଷିଣ-ପଶ୍ଚିମ ଦିଗରେ ହେବା କଥା ନୁହେଁ । ଏହାଦ୍ୱାରା ପରିବାର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଯଦି ପୂର୍ବରୁ ତିଆରି ହୋଇଯାଇଥାଏ ତେବେ ଏହା ପାଖରେ କଳା ବସ୍ତୁ ରଖି ଦିଅନ୍ତୁ । ଏହାଦ୍ୱାରା ଏହାର ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ।
• ବାଥରୁମରେ ସର୍ବଦା ହାଲକା ରଂଗର ପେଣ୍ଟ ଲଗାନ୍ତୁ । ବାଦାମୀ ଓ ଧଳା ରଂଗ ଲଗାଇବା ଭଲ ହୋଇଥାଏ ।
• ନୀଳ ରଂଗର ବାଲତି ବା ଟବ୍ ବାଥରୁମରେ ରଖିବା ଶୁଭ ହୋଇଥାଏ । କୁହାଯାଏ ଏହାଦ୍ୱାରା ଘରେ ଉନ୍ନତି ହୋଇଥାଏ । କଳା ଓ ଲାଲ ରଂଗର ବାଲଟି ଓ ଟବ କେବେ ବ୍ୟବହାର କରନ୍ତୁ ନାହିଁ ।
• ବଥରୁମରେ ମିରର ଏପରି ଲଗାନ୍ତୁ ଯେପରି ଟଏଲେଟ ଦେଖା ନଯିବ ।
• ବାଥରୁମର ନଳ ବା ଟ୍ୟାପରୁ ପାଣି ଲିକ ହେବା କଥା ନୁହେଁ । ଏମିତି ହେଲେ ଅର୍ଥହାନି ହୋଇଥାଏ ।
• ବାଥରୁମର କବାଟ ଉତ୍ତର କିମ୍ବା ପୂର୍ବ ଦିଗରେ ହେବା ଉଚିତ୍ । ଲୁହା ସ୍ଥାନରେ କାଠର କବାଟ ଲଗାନ୍ତୁ । କବାଟ ସର୍ବଦା ବନ୍ଦ ହେବା ଦରକାର ।
• ବାଥରୁମରେ ଭେଣ୍ଟିଲେସନ ପାଇଁ ଝରକା ରହିବା ଦରକାର । ଝରକା ପଶ୍ଚିମ,ପୂର୍ବ ଓ ଉତ୍ତର ଦିଗକୁ ଖୋଲିବା ଦରକାର ।




admin 