ବାତ୍ୟା ‘ସିତ୍ରାଙ୍ଗ’ ଧ୍ୱଂସର ତାଣ୍ଡବରେ ୭ ମୃତ
ବାତ୍ୟା ‘ସିତ୍ରାଙ୍ଗ’ ଧ୍ୱଂସର ତାଣ୍ଡବରେ ୭ ମୃତ
ନୂଆଦିଲ୍ଲୀ: ବାଂଲାଦେଶରେ ବାତ୍ୟା ‘ସିତ୍ରାଙ୍ଗ’ ଧ୍ୱଂସର ତାଣ୍ଡବ ରଚୁଛି । ଏଯାଏଁ ‘ସିତ୍ରାଙ୍ଗ’ ଯୋଗୁଁ ୭ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବରଗୁନା, ନରେଲ, ସିରାଜଗଞ୍ଜ ଜିଲ୍ଲା ଏବଂ ଭୋଲା ଦ୍ୱୀପପୁଞ୍ଜରେ ଅତି କମରେ ୭ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମେଘାଳୟର ବିପର୍ୟ୍ୟୟ ପରିଚାଳନା ଅଧିକାରୀଙ୍କୁ ହାଇ ଆଲର୍ଟ କରାଯାଇଛି । ସାଇକ୍ଲୋଥନ୍ ‘ସିତ୍ରାଙ୍ଗ’ କାରଣରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି ।
ସେପଟେ ବାତ୍ୟା ‘ସିତ୍ରାଙ୍ଗ’ ଯୋଗୁଁ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଦକ୍ଷିଣ ୨୪ ପରଗାନା ଏବଂ ଉତ୍ତର ୨୪ ପରଗାନା ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ଏହା ବ୍ୟତୀତ ମିଦନାପୁର ଏବଂ ମୁର୍ସିଦାବାଦରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହା ବ୍ୟତୀତ କୋଲକାତା, ହାୱରା ଏବଂ ହୁଗଲିରେ ମଧ୍ୟ ଏକ ସତର୍କ ସୂଚନା ଜାରି କରାଯାଇଛି। ଏସଡିଆରଏଫ୍ ଏବଂ ଏନଡିଆରଏଫ୍ ଦଳ ନିୟୋଜନ କରାଯାଇଛି ।
ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ବାଂଲାଦେଶ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି । ସୋମବାର ରାତି ସାଢେ ୯ଟାରୁ ସାଢ଼େ ୧୧ଟା ମଧ୍ୟରେ ବାଂଲାଦେଶର ତିନାକୋନା ଦ୍ୱୀପ ଓ ସାଣ୍ଡୱିଚରେ ୧୦୦ କିମି ବେଗରେ ପବନ ବହିଛି । ବତ୍ୟା ‘ସିତ୍ରାଙ୍ଗ’ ଯୋଗୁଁ ଅନେକ ଘର ନଷ୍ଟ ହେବା ସହ ଶହ ଶହ ଗଛ ଉପୁଡ଼ି ଯାଇଛି ।




admin 