ବାଣପୁରରେ ଲକ୍ଷ୍ମୀପୁର ଖେରି, ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ବିଧାୟକ
ବାଣପୁରରେ ଲକ୍ଷ୍ମୀପୁର ଖେରି, ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ବିଧାୟକ
ବାଣପୁର: ଉତ୍ତରପ୍ରଦେଶ ଲଖିମପୁର ଖେରି ଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ। ସେଠାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆନ୍ଦୋଳନରତ କୃଷକମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଠିକ ସେମିତି ଘଟଣା ଭିଆଇଛନ୍ତି ଦବଙ୍ଗ ବିଧାୟକ ପ୍ରଶାନ୍ତ ଜଗଦେବ, ଯାହା ଅଭିଯୋଗ ହୋଇଛି। ବିଜେଡିରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଧବ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆସୁଥିବାବେଳେ ଲୋକ ଗହଳି ଥିବା ସ୍ଥାନକୁ ଗାଡି ପୂରାଇ ଦେଇଥିଲେ । ଲୋକଙ୍କ ଉପରକୁ ଗାଡି ମଡାଇ ଦେବାରୁ ୭ଜଣ ପୋଲିସଙ୍କ ସହ ୨୨ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ୧୫ଜଣ ବିଭିନ୍ନ ଦଳର ସମର୍ଥକ ଥିବା ସୂଚନା ମିଳିଛି । ଦୁଇ ଜଣ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି।
ଆହତଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଲୋକ ଓ ବାଣପୁର ଆଇଆଇସି ଗୁରୁତର ହୋଇଛନ୍ତି । ବିଧାୟକ ମଦ ପିଇ ଗାଡି ମଡାଇ ଦେଇଥିବା ଲୋକମାନେ ଅଭିଯୋଗ କରିଛନ୍ତି । ବିଧାୟକ ଗାଡି ମଡାଇବା ପରେ ଲୋକମାନେ ବିଧାୟକଙ୍କୁ ଗାଡିରୁ ଘୋଷାଡି ଆଣି ତଳେ ପକାଇ ଆକ୍ରମଣ କରିଛନ୍ତି । ଏଥିରେ ବିଧାୟକ ଲହୁ ଲୁହାଣ ହୋଇଯାଇଛନ୍ତି । ତାଙ୍କ ମୁଣ୍ଡରେ ଜୋରଦାର୍ ଆଘାତ ଲାଗିଛି । ତାଙ୍କ ମୁଣ୍ଡରେ ୭ଟି ଷ୍ଟିଚ୍ ପଡିବା ସହ ତାଙ୍କର ବାନ୍ତି ହେଉଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତାଙ୍କ ଗାଡିକୁ ମଧ୍ୟ ପଥରରେ ଭାଙ୍ଗିରୁଜି ଚୁରମାର କରିଦେଇଛନ୍ତି ।




admin 