ବିହାରରେ ମହାମେଣ୍ଟ ପ୍ରକାଶ କଲା ‘ତେଜସ୍ୱୀ ପ୍ରତିଜ୍ଞା’ |

ବିହାର ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଆଜି ମହାମେଣ୍ଟ ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି, ଯାହାର ନାମ ଦିଆଯାଇଛି ‘ତେଜସ୍ୱୀ ପ୍ରତିଜ୍ଞା’।

Tejashwi Yadav Attacks Nitish Kumar, Says He Survived in Power Only With  Lalu Prasad's Help

Video Link:-https://youtube.com/shorts/FBc19amIUsg

ଏହି ଇସ୍ତାହାରରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବଙ୍କ ଉଚ୍ଚାଭିଳାଷୀ ଯୋଜନାକୁ ପ୍ରତିଫଳିତ କରାଯାଇଛି । ଇସ୍ତାହାରର କଭର ପେଜ୍‌ରେ ତେଜସ୍ୱୀ ଯାଦବଙ୍କ ଫଟୋ ପ୍ରମୁଖତାର ସହ ଛପା ଯାଇଛି । ମହାମେଣ୍ଟ ପକ୍ଷରୁ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଇସ୍ତାହାର ପ୍ରକାଶନ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଓ ସିପିଆଇ(ଏମ୍ଏଲ୍) ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ ଏବଂ ଭିଆଇପି ଦଳର ମୁଖ୍ୟ ମୁକେଶ ସହନୀ ଉପସ୍ଥିତ ଥିଲେ ।

ଘୋଷଣାପତ୍ର ଜାରି ହେବା ପରେ ମହାଗଠବନ୍ଧନର ନେତା ତଥା ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି, ଏହା ଇଣ୍ଡିଆ ମେଣ୍ଟର ସଂକଳ୍ପପତ୍ର, ପ୍ରତିଟି ସଂକଳ୍ପ ହୃଦୟରୁ ନିଆଯାଇଥିବା ଏକ ପ୍ରଣ । ଆମେ ସରକାରକୁ ଆସିଲେ ପ୍ରତିଟି ପ୍ରତିଶ୍ରୁତି ପୂରଣ କରିବାକୁ ଜୀବନ ବାଜିରେ ଲଗାଇଦେବୁ । ଜଣେ ବିହାରୀ ଯେତେବେଳେ ପ୍ରତିଶ୍ରୁତି ଦିଏ, ସେତେବେଳେ ତାକୁ ପୂରଣ କରିବାକୁ ପୂରା ଦମ୍ ଲଗାଇଦିଏ ।

‘ତେଜସ୍ୱୀ ପ୍ରଣ’ରେ ତେଜସ୍ୱୀଙ୍କ ୨୦ଟି ଶପଥ ରହିଛି। ୨୦ ମାସ ମଧ୍ୟରେ ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବାର ସବୁଠାରୁ ବଡ ଘୋଷଣା କରାଯାଇଛି । ତେଜସ୍ୱୀ ଲେଖିଛନ୍ତି ଯେ, ଏହି ସରକାରୀ ଚାକିରି ୨୦ ମାସ ମଧ୍ୟରେ ଦିଆଯିବ । ଏଥିପାଇଁ ୨୦ ଦିନ ମଧ୍ୟରେ ଆଇନ ପ୍ରଣୟନ କରାଯିବ । ସମସ୍ତ ଜୀବିକା ଦିଦିଙ୍କୁ ସ୍ଥାୟୀ କରାଯିବ ଏବଂ ସରକାରୀ କର୍ମଚାରୀ ମାନ୍ୟତା ଦିଆଯିବ। ତାଙ୍କ ଦରମା ମାସିକ ୩୦ ହଜାର ଟଙ୍କା ଧାର୍ଯ୍ୟ କରାଯିବ। ସେମାନଙ୍କ ଦ୍ୱାରା ନିଆଯାଇଥିବା ଋଣ ଉପରେ ସୁଧ ଛାଡ କରାଯିବ। ଏହାବ୍ୟତୀତ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ଆଉଟସୋର୍ସିଂରେ କାମ କରୁଥିବା ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଯିବ।