ବସ୍-ଟ୍ରକ୍ ମୁହାଁମୁହିଁ; ୧୪ ଆହତ

ବସ୍-ଟ୍ରକ୍ ମୁହାଁମୁହିଁ; ୧୪ ଆହତ

ବସ୍-ଟ୍ରକ୍ ମୁହାଁମୁହିଁ; ୧୪ ଆହତ
ନୀଳଗିରି: ଯାତ୍ରୀବାହୀ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଘଟିବା ଦ୍ୱାରା୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ଜିଲ୍ଲା ମେଡିକାଲରେ ଭର୍ତି କରାଯାଇଛି । ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ୧୪ ଜଣ ଆହତ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ବାଲେଶ୍ୱରରୁ ଉଦଳା ଯାଉଥିବା ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରକ୍ ଚାଳକ ସହ ଲୋକଙ୍କ ପାଟିତୁଣ୍ଡ, ଉତେଜନା ଦୃଷ୍ଟିରୁ ପୋଲିସ ମୁତୟନ ହୋଇଛନ୍ତି ।