ବନ୍ୟା ପାଇଁ ଖୋଲିଲା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ବନ୍ୟା ପାଇଁ ଖୋଲିଲା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ବନ୍ୟା ପାଇଁ ଖୋଲିଲା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର: ବନ୍ୟା ମୁକାବିଲା ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି । ପ୍ରାଣୀଧନ, ମତ୍ସ୍ୟସମ୍ପଦର ସୁରକ୍ଷା, ତୁରନ୍ତ ଚିକିତ୍ସା ସୁବିଧା ଓ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଜିଲ୍ଲା ଓ ନିର୍ଦ୍ଦେଶାଳୟରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗରେ ମଧ୍ୟ କଣ୍ଟ୍ରୋଲ ରୁମ୍‌କୁ କାର୍ୟ୍ୟକ୍ଷମ କରାଯାଇଛି । ଚାଷୀମାନେ ୦୬୭୪-୨୩୯୩୯୫୮ ନମ୍ବରରେ ଯୋଗାଯୋଗ କରିପାରିବେ । ଏହା ସହିତ ଯୁଗ୍ମ ସଚିବ ପାହ୍ୟାର ନୋଡାଲ୍‌ ଅଧିକାରୀ ଭାବେ ନିୟୋଜିତ କରାଯାଇଛି । ନୋଡାଲ ଅଧିକାରୀ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ୟ୍ୟାଳୟ, ନିର୍ଦ୍ଦେଶାଳୟ ଏବଂ ଜିଲ୍ଲା ଓ କ୍ଷେତ୍ର କାର୍ୟ୍ୟାଳୟଗୁଡ଼ିକ ସହିତ ନିୟମିତ ଯୋଗାଯୋଗ ରକ୍ଷା କରି ବିପର୍ୟ୍ୟୟ ସ୍ଥିତିର ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କୃଷି ବିଭାଗ ପକ୍ଷରୁ କୃଷି ଭବନରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କରାଯାଇଛି । ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ କଣ୍ଟ୍ରୋଲ ରୁମ୍‌ର ନୋଡାଲ ଅଧିକାରୀ ନିୟୋଜିତ କରାଯାଇଛି। କଣ୍ଟ୍ରୋଲ ରୁମ୍‌ରେ ପୂର୍ବରୁ ଦିଆଯାଇଥିବା ଫୋନ୍‌ ନମ୍ୱର ୦୬୭୪-୨୩୯୩୨୪୨ ପରିବର୍ତ୍ତେ ୦୬୭୪-୨୩୯୦୧୩୭ କାର୍ୟ୍ୟକ୍ଷମ ରହିଛି ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।