ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ
କୋକସରା : ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ। କୋକସରା ଥାନା ଅନ୍ତର୍ଗତ କାଶିବାହଲ ପଞ୍ଚାୟତ ସାରଙ୍ଗପଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟଛି। ଯୁବକ ଜଣଙ୍କ ହେଲେ ଉକ୍ତ ଗାଁର ଇନ୍ଦ୍ର ରାଉତ(୪୫ ବର୍ଷ)।
ସେ ଦୀର୍ଘ ବର୍ଷ ହେବ ଜୟପାଟଣାରେ ରହୁଥିବା ବେଳେ ଏକ ଵିଵାହରେ ଯୋଗଦେବାକୁ ଜଳତାମୁଣ୍ଡା ଆସିଥିଲେ। ଏତିକି ବେଳେ ଟେଣ୍ଟରେ ଲଗାଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କୋକସରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମୋଟେର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ୪/୨୩ ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।




admin 