ବଦଳିଲା ‘ଖେଳରତ୍ନ’ ପୁରସ୍କାର ନାମ
ବଦଳିଲା ‘ଖେଳରତ୍ନ’ ପୁରସ୍କାର ନାମ
ନୂଆଦିଲ୍ଲୀ: ହକିରେ ହଜି ଯାଇଥିବା ଗୌରବକୁ ପୁଣିଥରେ ଫେରିପାଇଛି ଭାରତ । ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ପଦକ ପାଇବା ପରେ ସାରା ଦେଶରୁ ଛୁଟିଛି ଶୁଭେଚ୍ଛାର ସୁଅ । ଭାରତୀୟ ହକି ଦଳର ଏହି ସଫଳତା ପରେ ଦେଶବାସୀ ଉତ୍ସବମୁଖର ହୋଇ ଉଠିଛନ୍ତି ।
ଖୁସିରେ ଝୁମୁଛି ଭାରତ । କେଉଁଠି ଅଦିନିଆ ଦୀପାବଳି, ତ ଆଉ କେଉଁଠି ନାଚଗୀତର ଆସର । ମଣିପୁରରୁ ପଞ୍ଜାବ, ଜମ୍ମୁ-କାଶ୍ମୀରରୁ ତାମିଲନାଡୁ । ସବୁଠି ସମାନ ଉତ୍ସାହ, ସବୁଠି ଭାରତର ଜୟଗାନ । ଜାତୀୟ ଖେଳ ହକିରେ ମେଡାଲ ପାଇଁ ବର୍ଷ ବର୍ଷର ଅପେକ୍ଷାର ଅନ୍ତ ହେବା ପରେ ଖୁସିରେ ଝୁମି ଉଠିଛି ସାରା ଭାରତ ।ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବଦଳିଛି ଖେଳରତ୍ନ ପୁରସ୍କାରର ନାମ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି । ରାଜୀବ ଗାନ୍ଧୀ ଖେଳରତ୍ନ ବଦଳରେ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରଭାବେ ପରିବର୍ତ୍ତନ କରାଯାଇଛି । ଏନେଇ ମୋଦୀ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଧ୍ୟାନଚାନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର ନାମିତ କରିବା ପାଇଁ ସାରା ଦେଶରୁ ପ୍ରସ୍ତାବ ଆସୁଥିଲା । ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜୀବ ଗାନ୍ଧୀ ଖେଳରତ୍ନକୁ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରଭାବେ ପରିବର୍ତ୍ତନ କରାଯାଇଛି ବୋଲି ମୋଦୀ କହିଛନ୍ତି ।




admin 