ବଣ୍ଟା ହେଲା ପ୍ରଦୂଷଣମୁକ୍ତ ଚୁଲା

ବଣ୍ଟା ହେଲା ପ୍ରଦୂଷଣମୁକ୍ତ ଚୁଲା

ବଣ୍ଟା ହେଲା ପ୍ରଦୂଷଣମୁକ୍ତ ଚୁଲା

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ସାରୁଅ ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ପ୍ରଦୂଷଣ ମୁକ୍ତ ଚୁଲା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ବାୟୁମଣ୍ଡଳ ରୁ କିଛି ପରିମାଣରେ ପ୍ରଦୂଷଣକୁ ରୋକିବା  ତତ୍ସହିତ ମହିଳା ମାନେ ଖାସ , ଛାତି ଜନିତ ଯନ୍ତ୍ରଣା ରୁ ମଧ୍ୟ ମୁକ୍ତି ପାଇପାରିବେ, ଇକେଆଇର ଏହା ଏକ ପ୍ରୟାସ ବୋଲି ଇକେଆଇ ମୁଖ୍ୟ ମତ ପ୍ରକାଶ କରିଛନ୍ତି  ।

ଉକ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ରଞ୍ଜିତା ମହାଭୋଇ , ପଙ୍ଗାରସିଂହ ସରପଞ୍ଚ ଲାବଣ୍ୟ ଜୟସିଂହ , ଇକେଆଇର ଚେୟାରମ୍ୟାନ ସନ୍ଦୀପ ଚୌଧୁରୀ , ସମାଜସେବୀ ଦୀପକ କୁମାର ସାହୁ , ଅଶୋକ କୁମାର ସାହୁ , ସୁନନ୍ଦା ସାହୁ , ବନ୍ଦନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ  । ପଂଚାୟତର ସମସ୍ତ ମହିଳା ମାନଙ୍କୁ ଏହି ପ୍ରଦୂଷଣ ମୁକ୍ତ ଚୁଲା ବଣ୍ଟନ କରାଯାଇଥିଲା  ।