ବଡ ଖବର: ୧୭ କେ.ଜି ସୁନା ଓ ନଗଦ ଦେଢ କୋଟି ଟଙ୍କା ଜବତ

ବଡ ଖବର: ୧୭ କେ.ଜି ସୁନା ଓ ନଗଦ ଦେଢ କୋଟି ଟଙ୍କା ଜବତ

ବଡ ଖବର: ୧୭ କେ.ଜି ସୁନା ଓ ନଗଦ ଦେଢ କୋଟି ଟଙ୍କା ଜବତ

ଭୁବନେଶ୍ଵର : ଅବସରପ୍ରାପ୍ତ ରେଲୱେ ଅଧିକାରୀ ପ୍ରମୋଦ ଜେନାଙ୍କ ଘରେ ସିବିଆଇ ରେଡ୍ ବେଳେ ୧ କୋଟି ୫୭ ଲକ୍ଷ ନଗଦ ଟଙ୍କା ମିଳିଛି। ଏହା ସହିତ ୧୭ କେ.ଜି ଓଜନର ସୁନା ଗହଣା ଜବତ ହୋଇଛି। ଜବତ ସୁନା ଗହଣାର ମୂଲ୍ୟ ପ୍ରାୟ ୮ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ଏହା ସହ ୨ କୋଟି ୫୦ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ୍ ଜବତ ହୋଇଛି। ଏହା ସହ ପରିବାର ଲୋକଙ୍କ ନାମରେ ଥିବା ବିପୁଳ ସମ୍ପତ୍ତି ସିବିଆଇ ଜବତ କରିଛି। ୧୯୮୯ ବ୍ୟାଚର ଆଇଆରପିଏସ ଅଫିସର ଥିଲେ ପ୍ରମୋଦ ଜେନା। ଭୁବନେଶ୍ଵର ସମେତ ୬ଟି ସ୍ଥାନରେ ଚଢାଉ କରିଥିଲା ସିବିଆଇ।