ବକ୍ସ ଅଫିସରେ ମୁହାଁମୁହିଁ ହେବେ ପଠାନ ଓ ଶହଜାଦା

ବକ୍ସ ଅଫିସରେ  ମୁହାଁମୁହିଁ ହେବେ ପଠାନ ଓ ଶହଜାଦା

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଶେହଜାଦା’ ୧୭ ଫେବ୍ରୁଆରୀରେ ସମସ୍ତ ସିନେମା ଘର ଗୁଡ଼ିକରେ ରିଲିଜ ହେଉଛି । ଫିଲ୍ମ ‘ଶହଜାଦା’ର ଆଡ଼ଭାନ୍ସ ବୁକିଂ ସରିଛି । ‘ଶହଜାଦା’ ରିଲିଜ ହେବା ପୂର୍ବରୁ ଏହାର ଆଡ଼ଭାନ୍ସ ବୁକିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କିନ୍ତୁ ଏବେ ସଙ୍କଟ ମୁହାଁ ହୋଇଛନ୍ତି ଫିଲ୍ମ ନିର୍ମାତା । କାରଣ ଶୁକ୍ରବାର ଦିନ ଫିଲ୍ମ ରିଲିଜ ହେବାର ଦିନ ଧାର୍ଯ୍ୟ କରାଯାଇଥିବା ବେଳେ, ଅନ୍ୟ ପକ୍ଷରେ ‘ପଠାନ’ ନିର୍ମାତା ପ୍ରତିଦ୍ୱନ୍ଦିତା କରିବାକୁ ଏକ ବଡ଼ ବାଜି ଖେଳିଛନ୍ତି । ଦେଶ ବିଦେଶରେ ଧମାଲ କରିବାରେ ଲାଗିଛି ‘ପଠାନ’ ।

ଏଭିତରେ ୟଶରାଜ ଫିଲ୍ମ ଘୋଷଣା କରିଛି ଯେ, ଏହି ଶୁକ୍ରମାର ଦିନ ସାରା ଦେଶରେ ମଲ୍ଟିପ୍ଲେକ୍ସ ଗୁଡ଼ିକରେ ପ୍ଲାଟ ୧୦୦ ଟଙ୍କାରେ ‘ପଠାନ’ ପାଇଁ ଟିକେଟ ଉପଲବ୍ଧ ହେବ । ଶୁକ୍ରବାର ଦିନ ପଠାନ ରିଲିଜ ହେବାର ୨୪ ଦିନ ପୁରା ହୋଇଯିବ । ତେଣୁ ଫିଲ୍ମଟିର ମନ୍ଥର ଗତିକୁ ବକ୍ସ ଅଫିସରେ ଅଧିକ ବଢ଼ାଇବାର ସମ୍ଭାବନା ରଖୁଛି ଏହି ଖବର । ଅନ୍ୟପକ୍ଷରେ, ‘ଶହଜାଦା’ ମୁଭି ବୁଧବାର ରାତି ପର୍ଯ୍ୟନ୍ତ ଏହାର ଆହୁରି ଏକକୋଟି ଟିକେଟ ବୁକିଂ ନ ହୋଇ ରହିଛି । 

କାର୍ତ୍ତିକ ଆର୍ଯ୍ୟନ ଓ କ୍ରିତି ସାନନଙ୍କ ଅଭିନୀତ ‘ଶହଜାଦା’ ଅଲ୍ଲୁଅର୍ଜୁନଙ୍କର ସୁପରହିଟ ମୁଭି ‘ଅଲା ବୈକୁଂଠପ୍ରେମେଲୁ’ ର ରିମେକ ଅଟେ । ଡ଼ିରେକ୍ଟର ରୋହିତ ଧୱନଙ୍କର ଏହି ମୁଭିଟି ପୂର୍ବରୁ ୧୦ ଫେବ୍ରୁଆରୀରେ ରିଲିଜ ହେବାର ଥିଲା । କିନ୍ତୁ ବକ୍ସ ଅଫିସରେ ପଠାନର କ୍ରେଜ ହେତୁ ନିର୍ମାତା ଏକ ସପ୍ତାହ ପାଇଁ ରିଲିଜକୁ ସ୍ଥଗିତ ରଖିଥିଲେ । ବର୍ତ୍ତମାନ ଏହି ମୁଭିଟି ୧୭ ଫେବ୍ରୁଆରୀରେ ରିଲିଜ ହେବ । ବକ୍ସ ଅଫିସରେ ଆଜି ଶାହରୁଖଙ୍କ ‘ପଠାନ’ ଓ କାର୍ତ୍ତିକଙ୍କ ‘ଶହଜାଦା’ ମୁହାମୁହିଁ ହେବେ ।