ଫେବୃୟାରୀ ସୁଦ୍ଧା ଦେଶର ଅଧା ଲୋକ ହେବେ କରୋନା ସଂକ୍ରମିତ!

ଫେବୃୟାରୀ ସୁଦ୍ଧା ଦେଶର ଅଧା ଲୋକ ହେବେ କରୋନା ସଂକ୍ରମିତ!

ଫେବୃୟାରୀ ସୁଦ୍ଧା ଦେଶର ଅଧା ଲୋକ ହେବେ କରୋନା ସଂକ୍ରମିତ!
ମୁମ୍ବାଇ : ଆସନ୍ତା ଫେବୃୟାରୀ ୨୦୨୧ ସୁଦ୍ଧା ଦେଶର ୫୦ ପ୍ରତିଶତ ଲୋକ କରୋନାରେ ସଂକ୍ରମିତ ହେବେ ବୋଲି ଆକଳନ କରାଯାଇଛି । ସୋମବାର କରୋନା ସଂଖ୍ୟା ଆକଳନ କମିଟିର ଜନୈକ ସଦସ୍ୟ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଦେଶରେ ପ୍ରାୟ ୭୫ ଲକ୍ଷ ଆକ୍ରାନ୍ତ ରହିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟାରେ ଦେଶ ଦୁଇ ନମ୍ବର ସ୍ଥାନରେ ରହିଛି । ସେପ୍ଟେମ୍ବର ମାସର ତଥ୍ୟ ଅନୁଯାୟୀ ଭାରତରେ ଦୈନିକ ହାରାହାରି ୬୧୩୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଆକଳନ କମିଟି ପକ୍ଷରୁ କୁହାଯାଇଛି କି ବର୍ତ୍ତମାନ ସୁଦ୍ଧା ଦେଶର ୩୦ ପ୍ରତିଶତ ଲୋକ ଆକ୍ରାନ୍ତ ହୋଇ ସାରିଛନ୍ତି ଏବଂ ସମାନ ଗାଣିତିକ ହିସାବରେ ଫେବୃୟାରୀ ସୁଦ୍ଧା ୫୦ ପ୍ରତିଶତ ଲୋକ ଆକ୍ରାନ୍ତ ହୋଇ ସାରିଥିବେ ବୋଲି କମିଟିର ସଦସ୍ୟ ତଥା ଆଇଆଇଟି କାନପୁର ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ ମତ ଦେଇଛନ୍ତି । ତେବେ ଆଇସିଏମଆର ପକ୍ଷରୁ ପ୍ରାୟ ୧୪ ପ୍ରତିଶତ ଆକ୍ରାନ୍ତ ହୋଇଥିବା ନେଇ କୁହାଯାଇଥିବା ବେଳେ ଏହି କମିଟି ଉକ୍ତ ସେରୋ ସର୍ଭେକୁ ଖାରଜ କରିଦେଇଛି ।