ପ୍ରାର୍ଥନା କଲେ ମିଳୁଛି ରିହାତି!

ପ୍ରାର୍ଥନା କଲେ ମିଳୁଛି ରିହାତି!

ପ୍ରାର୍ଥନା କଲେ ମିଳୁଛି ରିହାତି!
ଭୋଜନ ପୂର୍ବରୁ ପ୍ରାର୍ଥନାର ପରମ୍ପରା ଏକାଧିକ ଧର୍ମରେ ରହିଛି । ତେବେ ବ୍ୟସ୍ତତା ଓ ବିଶ୍ୱାସର ଅଭାବ ଯୋଗୁଁ ଆଜିକାଲି ଏ ଭଳି ପରମ୍ପରାକୁ ବିଶେଷ କରି କେହି ସମ୍ମାନ ଦେଉନାହାନ୍ତି । ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ଗ୍ରାହକଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ଉଦ୍ୟମ କରୁଛି ଆମେରିକାର ଏକ ଭୋଜନାଳୟ । କେବଳ ଶୁଷ୍କ ଉପଦେଶ ଦ୍ୱାରା ଗ୍ରାହକ ପ୍ରଭାବିତ ହେବାର ସମ୍ଭାବନା କମ । ତେଣୁ ଗ୍ରାହକଙ୍କୁ ଲୋଭ ଦେଖାଇ ଧର୍ମ ଆଡକୁ ଟାଣିବାକୁ ଚେଷ୍ଟା କରୁଛନ୍ତି ଭୋଜନାଳୟର ମାଲିକାଣୀ ମେରି ହାଗଲୁଣ୍ଡ । ଉତ୍ତର କାରୋଲିନା ଅନ୍ତର୍ଗତ ୱିନଷ୍ଟନ ସାଲେମରେ ରହିଛି ତାଙ୍କର ଭୋଜନାଳୟ । ଗତ ସାତ ବର୍ଷ ହେଲା ସେଠାରେ ଭୋଜନ ପୂର୍ବରୁ ପ୍ରାର୍ଥନା କରୁଥିବା ଗ୍ରାହକଙ୍କୁ ସେ ଖାଦ୍ୟର ମୂଲ୍ୟ ଉପରେ ପନ୍ଦର ପ୍ରତିଶତ ରିହାତି ଦେଉଛନ୍ତି । ରିହାତି ମୂଲ୍ୟରେ ସ୍ୱାଦିଷ୍ଟ ଭୋଜନ ମିଳୁଥିବାରୁ ପ୍ରାର୍ଥନା କରୁଥିବା ଗ୍ରାହକଙ୍କ ଅଭାବ ହେଉନାହିଁ ।