ପ୍ରସନ୍ନଙ୍କୁ ପ୍ରଶ୍ନ କଲେ ଧର୍ମେନ୍ଦ୍ର
ପ୍ରସନ୍ନଙ୍କୁ ପ୍ରଶ୍ନ କଲେ ଧର୍ମେନ୍ଦ୍ର
admin
Oct 18, 2019 - 09:34
Updated: Oct 18, 2019 - 09:34
ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଦିନ ବିଜେପୁର ଫାଇଟ । କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡା, ବିଜେପି ପକ୍ଷରୁ ସନତ ଗଡ଼ତିଆ ଓ ବିଜେଡି ପକ୍ଷରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଭିନ୍ନ ଦଳରେ ନେତା ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଥିବବେଳେ ଆଜି ମଧ୍ୟ ପ୍ରଚାର କରୁଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରୁଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁଣି ପ୍ରଶ୍ନବାଣ ମାରିଛନ୍ତି । ସେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କେତେକ ପ୍ରଶ୍ନ ପଚାରିଛନ୍ତି । ତାହା ହେଲା-
୧- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡାକି ଆଣିଥିଲେ, କାହିଁକି ସେ ଛାଡ଼ିଲେ ।
୨- ବିଜେପୁରବାସୀଙ୍କ ଉପରେ କାହିଁକି ଉପନିର୍ବାଚନ ଲଦି ଦିଆଗଲା ।
୩- ପଶ୍ଚିମ ଓଡ଼ିଶାର ବିକାଶ ହେବ ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଡାକି ଆଣିଥିଲେ । ମୁଖ୍ୟମନ୍ତ୍ରୀ କାହିଁକିଛାଡ଼ିଗଲେ, ପ୍ରସନ୍ନ ଆଚାର୍ଯ୍ୟ ଜବାବ ଦେଲେନି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଅନ୍ୟପକ୍ଷରେ ଏହାର ଉତ୍ତର ଆସନ୍ତା ୨୧ ତାରିଖ ଦିନ ବିଜେପୁରବାସୀ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହାଛଡ଼ା କ ଂଗ୍ରେସ ଓଡ଼ିଶାରେ ନାହିଁ । କଂଗ୍ରେସ ଏବେ ବିଜେଡିର ‘ବି’ ଟିମ ଭାବେ କାମ କରୁଛି । ବିଜେପୁରରେ ସତମିଛର ଲଢେଇ ହେବ ଓ କେବଳ ସତ୍ୟର ବିଜୟ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ବିଜେପୁର ଏବଂ ହିଞ୍ଜିଳି ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ। ଏହି ୨ଟି ଆସନରୁ ମୁଖ୍ୟମନ୍ତ୍ରୀ ବିଜୟୀ ହୋଇଥିଲେ। ଫଳରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ଆସନ ଛାଡିଥିଲେ। ଏଣୁ ବିଜେପୁରରେ ଉପନିର୍ବାଚନ କରାଯାଉଛି।
ସବୁ ରାଜନୈତିକ ଦଳ ବିଜେପୁରରୁ ବିଜୟ ବାନା ଉଡ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ବିଜେପୁର ବାସୀ କେଉଁ ରାଜନୈତିକ ଦଳ ପ୍ରାର୍ଥୀ ଉପରେ ସୁନା କଳସ ଢାଳୁଛନ୍ତି ତାହା ଦେଖିବାର କଥା । ତେବେ ବିଜେଡି ହାତରେ ଥିବା ଏହି ଆସନ ବିଜେଡି ରଖିପାରିବ ନା ବିଜେପି ଛଡାଇ ନେବ ନା କଂଗ୍ରେସ ମ୍ୟାଜିକ କରିବ ତାହା ଆଗାମୀ ଦିନରେ ଜଣାପଡିବ ।