ପ୍ରବାସୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ପ୍ୟାକେଜ ଘୋଷଣା

ପ୍ରବାସୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ପ୍ୟାକେଜ ଘୋଷଣା

ପ୍ରବାସୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ପ୍ୟାକେଜ ଘୋଷଣା
ଭୁବନେଶ୍ୱର - ପ୍ରବାସୀ ଶ୍ରମିକ ପ୍ରବଣ ୧୧ଟି ଜିଲ୍ଲା ପାଇଁ ପ୍ୟାକେଜ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ୟାକେଜ ଘୋଷଣା କରିଛନ୍ତି । ୧-ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ପାଇଁ ମନରେଗାର ବ୍ୟବସ୍ଥା କରାଯାଇଛି । ୨- ଉପରୋକ୍ତ ୪ଟି ଜିଲ୍ଲାରେ ୧୦୦ ଦିନ ବଦଳରେ ଶ୍ରମିକମାନଙ୍କୁ ୨ଶହ ଦିନର କର୍ମ ନିଯୁକ୍ତି ମିଳିବ । ୩- ସମ୍ପୃକ୍ତ ୪ଟି ଜିଲ୍ଲାରେ ମନରେଗାରେ ଦୈନିକ ୧୮୮ ବଦଳରେ ୨୮୬.୩୦ ଟଙ୍କା ମଜୁରୀ ମିଳିବ । ୪- ଶ୍ରମିକଙ୍କୁ ସହଜରେ ପ୍ରାପ୍ୟ ଦେବା ନିମନ୍ତେ ୫୦୦କୋଟିର କର୍ପସ ପାଣ୍ଠି ଗଠନ କରାଯାଇଛି । ୫- ୪ଟି ଜିଲ୍ଲାର ୨୦ ପଞ୍ଚାୟତରେ ସବୁ ପରିବାରକୁ ଏସଏଚଜିରେ ସାମିଲ କରାଯିବ । ସମସ୍ତ ଏସଏଚଜି ସଦସ୍ୟଙ୍କୁ ବୀମାଭୁକ୍ତ କରିବାକୁ ପଦକ୍ଷେପ ନିଆଯାଉଛି । ୬- ୨୦ଟି ବ୍ଲକରେ ଥିବା ଯୋଗ୍ୟ ପରିବାରକୁ ପକ୍କା ଘର ଦେବାର ବ୍ୟବସ୍ଥା କରାଯିବ । ୭- ବ୍ୟାଙ୍କିଙ୍ଗ ସୁବିଧା ପାଇଁ ଏସଏଚଜି ସଦସ୍ୟାଙ୍କୁ ବ୍ୟାଙ୍କ ମିତ୍ରଭାବେ ନିଯୁକ୍ତି ଦିଆଯିବ । ୮- ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ପ୍ରତି ପଞ୍ଚାୟତରେ ଶ୍ରମିକ ମିତ୍ର ନିଯୁକ୍ତି କରାଯିବ । ୯- ଆର୍ଥିକ ସଶକ୍ତିକରଣ ପାଇଁ ବିଡିଓଙ୍କ ନିରାପତ୍ତା ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ଆବେଦନ ସୁବିଧା । ୧୦- ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନ । ୧୧- ସଠିକ ସମୟରେ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲା ଓ ରାଜ୍ୟସ୍ତରରେ ପ୍ରବାସୀ ଶ୍ରମିକଙ୍କ ଡାଟାବେସ ପ୍ରସ୍ତୁତ ହେବ । ୧୨- ବ୍ୟାପକ ସଚେତନତା ପାଇଁ ସ୍ୱତନ୍ତ୍ର ଆରଇସି କାର୍ଯ୍ୟକ୍ରମ ।