ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଜାଣନ୍ତୁ କଣ ପାଇଁ
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଜାଣନ୍ତୁ କଣ ପାଇଁ
ଭୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି । ଫନି କ୍ଷତିଗ୍ରସ୍ତଙ୍କ ପାଇଁ ୮.୧୭ ଲକ୍ଷ ଘର ମଞ୍ଜୁର କରିଥିବା ମୁଖ୍ୟମନ୍ତ୍ରୀ ଉକ୍ତ ଚିଠି ମାଧ୍ୟମରେ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ଫନି ଅଣପ୍ରଭାବିତ ବାକି ଜିଲ୍ଲାର ୬ ଲକ୍ଷ ହିତାଧିକାରୀଙ୍କୁ ଘର ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।
ଉକ୍ତ ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଆବାସ ପ୍ଲସ ୱିଣ୍ଡୋ ଖୋଲାଯାଇଛି । ଫନି ପ୍ରଭାବିତ ୧୪ ଟି ଜିଲ୍ଲା ପାଇଁ ମାସକ ନିମେନ୍ତ ୱିଣ୍ଡୋ ଖୋଲାଯାଇଛି । ତେବେ ଫନି ଅଣପ୍ରଭାବିତ ୧୬ ଜିଲ୍ଲା ପାଇଁ ୱିଣ୍ଡୋ ଖୋଲିନଥିବାରୁ ସୁଫଳ ମିଳୁନାହିଁ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଘର ପାଇନଥିବା ଏସବୁ ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କ ଚୟନ କରାଯାଇଛି । ଆବାସ ପ୍ଲସ ଭଳି ରାଜ୍ୟ ପ୍ରସ୍ତୁତ କରିଥିବା ପୋର୍ଟାଲ ଦ୍ୱାରା ଚୟନ ହୋଇଛି । ଏଭଳି ସ୍ଥିତିରେ ସାରା ରାଜ୍ୟ ପାଇଁ ଆବାସ ପ୍ଲସ ୱିଣ୍ଡେ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଉକ୍ତ ଚିଠିରେ ଦାବି କରିଛନ୍ତି ।




admin 