ପ୍ରତ୍ୟେକ ଜିଲ୍ଲା ପାଇଁ ପିସିସି ପର୍ୟ୍ୟବେକ୍ଷକ ନିଯୁକ୍ତ,ଜାଣନ୍ତୁ କିଏ

ପ୍ରତ୍ୟେକ ଜିଲ୍ଲା ପାଇଁ ପିସିସି ପର୍ୟ୍ୟବେକ୍ଷକ ନିଯୁକ୍ତ,ଜାଣନ୍ତୁ କିଏ

ପ୍ରତ୍ୟେକ ଜିଲ୍ଲା ପାଇଁ ପିସିସି ପର୍ୟ୍ୟବେକ୍ଷକ ନିଯୁକ୍ତ,ଜାଣନ୍ତୁ କିଏ
ଭୁବନେଶ୍ୱର : ଜିଲ୍ଲା ସ୍ତରରେ ଜିଲ୍ଲା କଂଗ୍ରେସ କମିଟି ଏବଂ ବ୍ଲକ କଂଗ୍ରେସ କମିଟି ଗଠନ କରି କଂଗ୍ରେସ ସଂଗଠନକୁ ସୁଦୃଢ଼ ଓ କ୍ରି୍ରୟାଶୀଳ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସମସ୍ତ ସାଂଗଠନିକ ଜିଲ୍ଲା ନିମନ୍ତେ ପିସିସି ପର୍ୟ୍ୟବେକ୍ଷକ ମାନଙ୍କର ଚୂଡ଼ାନ୍ତ ନାମ ତାଲିକା ଘୋଷଣା କରିଛନ୍ତି । ଏହି ପର୍ୟ୍ୟବେକ୍ଷକମାନେ ଖୁବ୍ ଶୀଘ୍ର ନିଜ ଦାୟିତ୍ୱରେ ଥିବା ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୌରାଚଂଳ ଗ୍ରସ୍ତ କରିବେ । ଜିଲ୍ଲା କଂଗ୍ରେସ ସଭାପତି ନିଜ ଜିଲ୍ଲାର ପର୍ୟ୍ୟବେକ୍ଷକଙ୍କ ସହିତ ଆଲୋଚନା କରି ସ୍ଥାନ, ତାରିଖ ଓ ସମୟ ସ୍ଥିର କରିବେ ଏବଂ ବୈଠକ ସମ୍ପର୍କରେ ନିଜ ଜିଲ୍ଳାର ନେତୃବୃନ୍ଦ ମାନଙ୍କୁ ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବେ । ପର୍ୟ୍ୟବେକ୍ଷକ ମାନେ ବ୍ଲକ କମିଟି ଏବଂ ଜିଲ୍ଲା କମିଟିର ପ୍ରସ୍ତାବ ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟରେ ଡିସେମ୍ବର ୩୦ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ଶ୍ରୀ ପଟ୍ଟନାୟକ ସମୟ ଧାର୍ୟ୍ୟ କରିଛନ୍ତି । ଅନୁଗୋଳ-ପ୍ରକାଶ ଚନ୍ଦ୍ର ଦେବତା ବାଲେଶ୍ୱର- ବିଧାୟକ ତାରା ପ୍ରସାଦ ବାହିନୀପତି ବରଗଡ଼ - ରାଜକିଶୋର ଶଡ଼ଙ୍ଗୀ ଭଦ୍ରକ- ଉମାବଲ୍ଲଭ ରଥ ଭୁବନେଶ୍ୱର- ଗଣେଶ୍ୱର ବେହେରା ବଲାଙ୍ଗୀର- ସତ୍ୟଭୂଷଣ ସାହୁ ବୌଦ୍ଧ- ଡ. ହମିଦ ହୁସେନ କଟକ- ସଂଗ୍ରାମ କେଶରୀ ଜେନା କଟକ ନଗର- ଡ.ଦେବାଶିଷ ପଟ୍ଟନାୟକ ଦେଓଗଡ଼- ସସ୍ମିତା ବେହେରା ଢେ଼ଙ୍କାନାଳ- ରଜତ ଚୌଧୁରୀ ଆସ୍କା ସଂସଦୀୟ କ୍ଷେତ୍ର- ସପ୍ତଗିରୀ ଉଲ୍ଲାକା ଗଞ୍ଜାମ ଜିଲ୍ଲାର ଅବଶିଷ୍ଟ ୬ଗୋଟି ବିଧାନସଭା କ୍ଷେତ୍ର - ଅକ୍ଷୟ କୁମାର ଆଚାର୍ୟ୍ୟ ଗଜପତି- ଶୁଭେନ୍ଦୁ ମହାନ୍ତି ଜଗତସିଂହପୁର- ଭୁଜବଳ ମାଝୀ ଯାଜପୁର- ଜ୍ଞାନଦେବ ବେଉରା ଝାରସୁଗୁଡ଼ା- ଦୁଲାଲ ପ୍ରଧାନ କଳାହାଣ୍ଡି- ସମରେନ୍ଦ୍ର ମିଶ୍ର କନ୍ଧମାଳ- ବିସ୍ମୟ ମହାପାତ୍ର କେନ୍ଦ୍ରାପଡ଼ା- ପଂଚାନନ କାନୁନଗୋ କେନ୍ଦୁଝର- ଡ. ପ୍ରଫୁଲ ମାଝୀ ଖୋର୍ଦ୍ଧା- ସୁରେଶ ମହାପାତ୍ର କୋରାପୁଟ- ଅଧିରାଜ ମୋହନ ପାଣିଗ୍ରାହୀ ମୟୁରଭଞ୍ଜ ଜିଲ୍ଲାର ସଦର ଓ ଉଦଳା ସବ୍-ଡିଭିଜନ- ସୁଦର୍ଶନ ଦାସ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ରାଇରଙ୍ଗପୁର ସବ୍-ଡିଭିଜନ- ବିଷ୍ଣୁଚରଣ ବାରିକ ମାଲକାନଗିରି- ଚନ୍ଦ୍ରଶେଖର ମାଝୀ ନବରଙ୍ଗପୁର- ପିତବାସ ପଣ୍ଡା ନୂଆପଡ଼ା- ଚିନ୍ମୟ ସୁନ୍ଦର ଦାସ ନୟାଗଡ଼- ନିଶିକାନ୍ତ ମିଶ୍ର ପୁରୀ- ବିଜୟଲକ୍ଷ୍ମୀ ସାହୁ ରାୟଗଡ଼ା- ବିଧାୟକ ସନ୍ତୋଷ ସିଂ ସାଲୁଜା ରାଉରକେଲା- ପଦ୍ମାକର ଗୁରୁ ସମ୍ବଲପୁର- ଆର୍ୟ୍ୟକୁମାର ଜ୍ଞାନେନ୍ଦ୍ର ସୁବର୍ଣ୍ଣପୁର- ମନୋରଞ୍ଜନ ଦାଶ ସୁନ୍ଦରଗଡ଼- ଯଜେ୍ଞଶ୍ୱର ବାବୁ