ପ୍ରକାଶ ପାଇଲା ମନ୍ତ୍ରୀଙ୍କ ସମ୍ପତି ତାଲିକା : ଜାଣନ୍ତୁ କେଉଁ ମନ୍ତ୍ରୀଙ୍କ କେତେ ସମ୍ପତ୍ତି
ପ୍ରକାଶ ପାଇଲା ମନ୍ତ୍ରୀଙ୍କ ସମ୍ପତି ତାଲିକା : ଜାଣନ୍ତୁ କେଉଁ ମନ୍ତ୍ରୀଙ୍କ କେତେ ସମ୍ପତ୍ତି
admin
Jan 11, 2021 - 05:35
Updated: Jan 11, 2021 - 05:35
ଭୁବନେଶ୍ୱର: ସିଏମଓ ୱେବସାଇଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ସବୁ ମନ୍ତ୍ରୀ ସମ୍ପତ୍ତି ତାଲିକା ଦେଇଛନ୍ତି । ସିଏମଓ ୱେବସାଇଟରେ ନବୀନଙ୍କ ସମେତ ଅନ୍ୟ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ସ୍ଥାନିତ ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁ ମନ୍ତ୍ରୀଙ୍କ କେତେ ସମ୍ପତ୍ତି ରହିଛି ।
ଅରୁଣ ସାହୁ- ୮୯ ଲକ୍ଷ ୯୩ ହଜାର ୪୩୯ ଟଙ୍କା
ଅଶୋକ ପଣ୍ଡା- ୮କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କା
ତୁଷାରକାନ୍ତି ବେହେରା- ୩୨ ଲକ୍ଷ ୩୩ ହଜାର ୪୭୧ ଟଙ୍କା
ସୁଶାନ୍ତ ସିଂହ- ୪କୋଟି ୯୩ ଲକ୍ଷ ୯୪ ହଜାର ୬୪୪
ସୁଦାମ ମାର୍ଣ୍ଡି- ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କା
ବିକ୍ରମ ଆରୁଖ-୪ କୋଟି ୭୮ ଲକ୍ଷ ୪୭ ହଜାର ୪୭୧ ଟଙ୍କା
ଦିବ୍ୟଶଙ୍କର ମିଶ୍ର- ୭କୋଟି ୩୧ ଲକ୍ଷ ୭୬ ହଜାର ୪୦୮ ଟଙ୍କା
ନିରଞ୍ଜନ ପୂଜାରୀ- ୪କୋଟି ୩୪ ଲକ୍ଷ ୬୫ ହଜାର ୩୦୮ ଟଙ୍କା
ପ୍ରତାପ ଜେନା-୧୦ କୋଟି ୩୫ ଲକ୍ଷ ୨୯ ହଜାର ୯୧୧ଟଙ୍କା
ସୀମର ରଞ୍ଜନ ଦାସ-୨ କୋଟି ୨୩ ଲକ୍ଷ ୭୫,୭୬୧
ପ୍ରଫୁଲ୍ଲ ମଲ୍ଲିକ- ୩୯ ଲକ୍ଷ ୨୮,୮୩୧
ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ ଜାଣନ୍ତୁ:
ଗତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ନବୀନ ତାଙ୍କ ମୋଟ ସମ୍ପତି ପରିମାଣ କେତେ ତାହା ସେ ଦର୍ଶାଇଛନ୍ତି । ନିଜ ସମ୍ପତି ତାଲିକାରେ ଦର୍ଶାଇଛନ୍ତି ଯେ, ଭୁବନେଶ୍ୱର, ଦିଲ୍ଲୀ ଓ ହରିୟାଣାରେ ତାଙ୍କର ଜମି ଓ କୋଠା ରହିଛି । ଫରିଦାବାଦ ତିକ୍ରିକେରା ଜମି ଓ କୋଠାର ମୂଲ୍ୟ ପ୍ରାୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ଟଙ୍କା ହେବ । ନବୀନ ନିବାସରେ ତାଙ୍କର ଦୁଇ ତୃତୀୟାଂଶ ଅଂଶ ରହିଛି । ସୂଚନାଯୋଗ୍ୟଯେ, ପୂର୍ବରୁ ତାଙ୍କର ଏକ ତୃତୀୟାଂଶ ଅଂଶ ଥିବାବେଳେ ତାଙ୍କ ଭଉଣୀ ଗୀତା ମେହେଟ୍ଟା ନିଜର ଅଂଶ ନବୀନଙ୍କ ନାମରେ କରିଦେଇଛନ୍ତି । ଫଳରେ ନବୀନ ନିବାସରେ ନବୀନଙ୍କର ଯେତିକି ଅଂଶ ରହିଛି ତାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬୧୯୦ ଟଙ୍କା ହେବବୋଲି ଆକଳନ କରାଯାଇଛି । ଦିଲ୍ଲୀରେ ଥିବା ଘରେ ତାଙ୍କର ୫୦% ସେୟାର ରହିଛି । ଯାହାର ମୂଲ୍ୟ ପ୍ରାୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ହେବ । ତେବେ ଫରିଦାବାଦରେ ଥିବା ଜମିକୁ ନବୀନ ବିକ୍ରି କରିଦେବେ । ଏଥିପାଇଁ ଅଗ୍ରୀମ ଆକାରରେ ସେ ୧ କୋଟି ୨୫ ଲକ୍ଷ ଟଙ୍କା ଆଣିଛନ୍ତି ।
ନବୀନଙ୍କ ପାଖରେ ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ସୁନାଗହଣା ରହିଛି । ସେହିପରି ତାଙ୍କ ପାଖରେ ୧୯୮୦ ମଡେ଼ଲର ଏକ ଆମ୍ବାସାଡର କାର ବି ରହିଛି । ଯାହାର ଆନୁମାନିକ ମୂଲ୍ୟ ୮ ହଜାର ୯୦୫ ଟଙ୍କା ହେବବୋଲି ଆକଳନ କରାଯାଇଛି ।
ଅପରପକ୍ଷରେ ୭ଟି ବ୍ୟାଙ୍କରେ ନବୀନଙ୍କର ୧୩ କୋଟି ୧ ଲକ୍ଷ ୬ ହଜାର ଟଙ୍କା ରହିଛି । ବ୍ୟାଙ୍କ ଅଫ ଇଣ୍ଡିଆର ଦିଲୀ ଜନପଥ ଶାଖାରେ ତାଙ୍କର ସର୍ବାଧିକ ୧ କୋଟି ୩ ଲକ୍ଷ ୧୩୪୯୯ ଟଙ୍କା ଅଛି ।