ପୋଖରୀରେ ବୁଡ଼ିଗଲେ ଦୁଇ ଶିଶୁ

ପୋଖରୀରେ ବୁଡ଼ିଗଲେ ଦୁଇ ଶିଶୁ

ପୋଖରୀରେ ବୁଡ଼ିଗଲେ ଦୁଇ ଶିଶୁ
କୋରୁକୋଣ୍ଡା: ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଦୁଇ ଶିଶୁକନ୍ୟାଙ୍କର ମୃତୁ୍ୟ ହୋଇଛି । ମୃତ ଶିଶୁ ଦ୍ୱୟ ହେଲେ ମେଘା ଖରା (୮) ଓ ରଞ୍ଜିତା ଗୋଲରୀ (୭) । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁସାରେ ତାର୍ଲାକୋଟା ପଞ୍ଚାୟତ ସି କଲୋନୀର ଗୋପୀ ଖରାଙ୍କ ଝିଅ ମେଘା ଏବଂ ଧନୁ ଗୋଲରୀଙ୍କ ଝିଅ ରଞ୍ଜିତା ସକାଳେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଁରେ ଅନ୍ୟ କେତେ ଜଣ ଶିଶୁ ମଧ୍ୟ ସେମାନଙ୍କ ସହ ପୋଖରୀକୁ ଯାଇଥିଲେ । ତେବେ ଅସାବଧାନତା ଯୋଗୁ ଦୁଇ ଶିଶୁକନ୍ୟା ପୋଖରୀ ମଝିକୁ ଚାଲିଯାଇ ଆଉ ଫେରି ନଥିଲେ । ଗ୍ରାମବାସୀ ପହଞ୍ଚି ଖୋଜାଖୋଜି କରି ପ୍ରାୟ ଅଧଘଣ୍ଟା ପରେ ଉଭୟଙ୍କୁ ନିସ୍ତେଜ ଅବସ୍ଥାରେ ଉଦ୍ଧାର କରିଥିଲେ । ଗୋଟିଏ ଅଟୋରେ ସେମାନଙ୍କୁ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।