ପୋଲିସ୍ ଏଏସ୍ଆଇଙ୍କୁ ଅପହରଣ ପରେ ହତ୍ୟା : ମାଓବାଦୀଙ୍କ ଉପରେ ସନେ୍ଦହ
ପୋଲିସ୍ ଏଏସ୍ଆଇଙ୍କୁ ଅପହରଣ ପରେ ହତ୍ୟା : ମାଓବାଦୀଙ୍କ ଉପରେ ସନେ୍ଦହ
admin
Aug 31, 2020 - 06:40
Updated: Aug 31, 2020 - 06:40
ବିଜାପୁର : ଛତିଶଗଡ ବିଜାପୁର ଜିଲ୍ଲାରେ ଏଏସ୍ଆଇ ନଗେୟା କର୍ସାଙ୍କୁ ମାଓବାଦୀମାନେ ଅପହରଣ କରିବା ପରେ ହତ୍ୟା କରିଥିବାର ସୂଚନା ରହିଛି । ବିଜାପୁର ଜିଲ୍ଲା ତେନ୍ତୁଲନା ଗାଁ ପାଖରେ ଗୁଳି ହତ୍ୟା କରିଥିବାର ସୂଚନା ରହିଛି ।
ମିଳିଥିବା ସୂଚନା ଅନୁସାରେ ଏଏସ୍ଆଇ ଜଣକ ନିଜର ଛୁଟି ସାରି ଡ୍ୟୁଟିରେ ଯୋଗଦେବାକୁ ଯାଉଥିବାବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରିନେଇଥିବାବେଳେ ତାଙ୍କୁ ଗୁଳି କରି ହତ୍ୟାକରିଛନ୍ତି । ସୋମବାର ଦିନ ସକାଳୁ ସକାଳୁ କୁଟରୁ-ବିଜାପୁର ରାସ୍ତା ନିକଟରେ ତାଙ୍କ ମୃତଦେହ ପଡିଥିବାର ଦେଖାଯାଇଥିଲା । ରବିବାର ସନ୍ଧ୍ୟାରେ ମାଓବାଦୀମାନେ ତାଙ୍କୁ ଅପହରଣ କରିବା ପରେ ହତ୍ୟା କରିଥିବାର ଆଶଙ୍କା କରାଯାଇଛି । ନଗେୟା କୁଟରୁ ଥାନାରେ କାର୍ୟ୍ୟରତ ଥିବାବେଳେ ସେ ସବୁଦିନ ପରି ରବିବାର ସନ୍ଧ୍ୟାରେ ଡ୍ୟୁଟି ସାରି ବାଇକ୍ ଯୋଗେ ଘରକୁ ଫେରୁଥିଲେ । ମଙ୍ଗାପେଟ୍ଟା ନିକଟରେ ତାଙ୍କର ବାଇକ୍ ପଡିଥିବାର ସୂଚନା ରହିଛି । ପୋଲିସ୍ ସୂଚନା ଅନୁସାରେ ଏଏସ୍ଆଇଙ୍କ ବାଇକ୍ ମିଳିଥିବା ସ୍ଥାନରେ ମାଓବାଦୀ ଉପଦ୍ରବ ଅଧିକ ରହିଛି । ତେବେ ଏହି ଘଟଣାର କୌଣସି ଚାକ୍ଷୁସ ପ୍ରମାଣ ନଥିବାବେଳେ ମାଓବାଦୀଙ୍କ ଦ୍ବାରା ହତ୍ୟା ହୋଇଥିବାର ସନ୍ଦେହ କରାଯାଇଛି । ତେବେ ପୋଲସ୍ ନେଇ ସର୍ଚ୍ଚ ଅପରେସନ୍ ଚଳାଇଛି ।