ପେଟ୍ରୋଲ୍‌ ମୂଲ୍ୟ ବୃଦ୍ଧିକୁ ନେଇ ଏପରି କ‌ହିଲେ କେନ୍ଦ୍ରମନ୍ତ୍ରୀ

ପେଟ୍ରୋଲ୍‌ ମୂଲ୍ୟ ବୃଦ୍ଧିକୁ ନେଇ ଏପରି କ‌ହିଲେ କେନ୍ଦ୍ରମନ୍ତ୍ରୀ

ପେଟ୍ରୋଲ୍‌ ମୂଲ୍ୟ ବୃଦ୍ଧିକୁ ନେଇ ଏପରି କ‌ହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଦୁଇ ସପ୍ତାହରୁ ଅଧିକ ଦିନ ହେଲା ଅଶୋଧିତ ତୈଳର ଦର ବଢ଼ୁଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି।

୫ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବାରୁ ସରକାର ତୈଳ ଦର ବୃଦ୍ଧି କରୁ ନଥିଲେ ଓ ଖୁବଶୀଘ୍ର ଦର ବଢ଼ିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏସବୁ ଭିତରେ ଦର ବୃଦ୍ଧିକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ।

ସେ କହିଛନ୍ତି, ନିର୍ବାଚନ ସହିତ ପେଟ୍ରୋଲ୍‌ ଦର ବୃଦ୍ଧିର କୌଣସି ସଂପର୍କ ନାହିଁ।  ତୈଳ ଦର କେତେ ରହିବ, ସେକଥା କମ୍ପାନୀମାନେ ସ୍ଥିର କରନ୍ତି। କାରଣ ସେମାନଙ୍କୁ ମଧ୍ୟ ମାର୍କେଟରେ ରହିବାର ଅଛି। ତେଲର ଦାମ ଅନ୍ତର୍ଜାତୀୟ ସ୍ତରର ଦରକୁ ନେଇ ସ୍ଥିର କରାଯାଇ ଥାଏ।

ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦରର ଦାମ ବ୍ୟାରେଲ ପିଛା ମଙ୍ଗଳବାର ୧୨୭ ଡଲାରରେ ପହଞ୍ଚି ଯାଇଛି। ଏହାର ପ୍ରଭାବ ଖୁବଶୀଘ୍ର ପେଟ୍ରୋଲ ଓ ଡିଜେଲ ଉପରେ ପଡ଼ିବ ବୋଲି ଶ୍ରୀ ପୁରୀ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, ଦେଶରେ ଅଶୋଧିତ ତୈଳର କୌଣସି ଅଭାବ ଦେଖାଯିବ ନାହିଁ।

ଆମର ଆବଶ୍ୟକତା କେମିତି ପୂରଣ ହେବ, ସେକଥାକୁ ଆମେ ନିଶ୍ଚିତ କରିବୁ। ଆମେ ଆବଶ୍ୟକତାର ୮୫% ତେଲ ଓ ୫୫% ଗ୍ୟାସ ବିଦେଶରୁ ଆମଦାନୀ କରିଥାଉ। ତେଣୁ ଏବେ ଦୁନିଆର ସ୍ଥିତି କ’ଣ ସେକଥା ବି ଆମକୁ ଧ୍ୟାନରେ ରଖିବାକୁ ପଡ଼ିବ। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି।

ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ତୈଳଦର ବୃଦ୍ଧି ପାଉଛି। ଅନ୍ତର୍ଜାତୀୟ ବଜାରର ସ୍ଥିତ ଉପରେ ପେଟ୍ରୋଲ ଓ ଡିଜେଲ ଦର ନିର୍ଭର କରିଥାଏ। ଦେଶର ଲୋକଙ୍କ ଫାଇଦା ପାଇଁ ଯାହା ଆବଶ୍ୟକ, ଆମେ ସେଇଆ କରିବୁ।”