ପେଗାସସ୍ ଗୁଇନ୍ଦାଗିରି: ତଦନ୍ତ ପାଇଁ କମିଟି ଗଠନ କରିବେ ସୁପ୍ରିମକୋର୍ଟ
ପେଗାସସ୍ ଗୁଇନ୍ଦାଗିରି: ତଦନ୍ତ ପାଇଁ କମିଟି ଗଠନ କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କେନ୍ଦ୍ର ନା ନା କହୁଥିଲା । ହେଲେ ରାଜି ହେଲେ ସୁପ୍ରିମକୋର୍ଟ । ପେଗାସସ୍ ଗୁଇନ୍ଦାଗିରି ନେଇ ଦେଶରେ ଉଠିଥିବା ଝଡ଼ର ହେବ ତଦନ୍ତ । ଏହାର ତଦନ୍ତ ପାଇଁ ଖୁବଶୀଘ୍ର ଗଠନ ହେବ ବିଶେଷଜ୍ଞ କମିଟି । ସୁପ୍ରିମକୋର୍ଟ ହିଁ ଏହି ବିଶେଷଜ୍ଞ କମିଟି ଗଠନ କରିବେ । ଆସନ୍ତା ସପ୍ତାହରେ ଏ ନେଇ ପରବର୍ତ୍ତୀ ନିଦେ୍ର୍ଧଶନାମା ଜାରି କରିବେ ସୁପି୍ରମକୋର୍ଟ ।
ସୂଚନାଯୋଗ୍ୟ, ଇସ୍ରାଏଲର ଏନଏସ୍ଓ ପ୍ରସ୍ତୁତ କରିଥିବା ପେଗାସସ୍ ସ୍ପାଇୱେୟାର ଉପରେ ବିଶ୍ୱର ୧୭ଟି ମିଡିଆ ହାଉସ ଅନୁସନ୍ଧାନ କରୁଥିଲେ। ଏହି ୧୭ ମିଡିଆ ହାଉସ ମଧ୍ୟରେ ଭାରତର ଦି ୱେୟାର ମଧ୍ୟ ରହିଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପେଗାସସର ହ୍ୟାକିଂ ଟାର୍ଗେଟରେ ଭାରତର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ରହିଛି। ଏମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା, ସାମ୍ବାଦିକ, ଶିଳ୍ପପତି, ପୂର୍ବତନ ବିଚାରପତି ଓ କେନ୍ଦ୍ରମନ୍ତ୍ରୀମାନଙ୍କ ଫୋନ ନଂ ରହିଛି।
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏହି ରିପୋର୍ଟ ସାର୍ବଜନୀନ ହୋଇଥିଲା। ଫଳରେ ଗୃହରେ ପେଗାସସ୍ ଝଡ଼ ଦେଖିବାକୁ ମିଳିଥିଲା। ବିରୋଧୀ ଘଟଣାର ତଦନ୍ତ ଦାବି କରିବା ସହ ସଂସଦରେ ପୂରା ଘଟଣା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ହେଲେ ସରକାର ଏହାକୁ ଏକ ଗୁରୁତ୍ୱହୀନ ପ୍ରସଙ୍ଗ କହି ଆଲୋଚନାକୁ ଏଡ଼ାଇ ଚାଲିଥିଲେ।




admin 