ପୂର୍ବ ଶତ୍ରୁତାରୁ ବୋମା ମାଡ଼
ପୂର୍ବ ଶତ୍ରୁତାରୁ ବୋମା ମାଡ଼
କଣାସ: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ବୋମା ମାଡ଼। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଣାସ ଗଡ଼ଖାରଦ ଗ୍ରାମରେ ବୋମା ମାଡ଼ ହୋଇଛି। ରଘୁ ମାନ ସିଂହଙ୍କ ଘରକୁ ଟାର୍ଗେଟ୍ କରି ବୋମା ମାଡ଼ କରିଛନ୍ତି ୭ରୁ ୮ ଦୁର୍ବୁତ୍ତ । ଘଟଣାସ୍ଥଳରେ କଣାସ ଗଡ଼ିଶା ଗୋଦା ପୋଲିସ ପହଞ୍ଚି ସୁତୁଲୀ ଓ ବିସ୍ଫୋରଣ ଖଣ୍ଡ ଜବତ କରିଛନ୍ତି।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ରଘୁ ମାନ ସିଂହଙ୍କ ଘରକୁ ଟାଗେର୍ଟ କରି ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି। ଘର ଗ୍ରୀଲ ଦେଇ ବୋମାକୁ ଭିତରକୁ ଫିଙ୍ଗି ଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ କରିଥିବା ଜଣାପଡିଛି। ବୋମା ମାଡ଼ ଯୋଗୁ ଘରର କିଛି ଅଞ୍ଚଳ କ୍ଷତକ୍ଷତି ହୋଇଥିବା ବେଳେ ଘରଲୋକ ବଡ଼ ଦୁର୍ଘଟଣାରରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବୋମା ମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତି କର ପରିବେଶ ସୃଷ୍ଟି ହୋଇଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।




admin 