ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର

କଟକ: ଓଡ଼ିଶା ଯୁବ କଂଗ୍ରେସ, ସ୍ୱାଭିମାନୀ ଯୁବ-ଛାତ୍ର ମଞ୍ଚ ଆନୁକୂଲ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ୩୮ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଚେଲାକୁମାର, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ସଭାପତି ଜୟଦେବ ଜେନା, ପୂର୍ବତନ ବିଧାୟକ ରବୀନ୍ଦ୍ର ମଲ୍ଲିକ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, କଟକ ନଗର କଂଗ୍ରେସ ସଭାପତି ସୁରେଶ  ମହାପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜ, ନବଜ୍ୟୋତି ପଟ୍ଟନାୟକ ଓ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ  ପ୍ରମୁଖ ଅପରାହ୍‌ଣ ୨ଟାରେ କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରୁ ଏକ ବାଇକ୍‌ ଶୋଭାଯାତ୍ରାରେ ବାହାରି ବାଦାମବାଡ଼ି, ରାଣୀହାଟ ଓ ମଙ୍ଗଳାବାଗ ଦେଇ ଷ୍ଟାଡିୟମ୍‌ ଘୋଡ଼ା ଗେଟ୍‌ରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗ ଦେଇ ଉପସ୍ଥିତ ସମାଜସେବୀମାନଙ୍କୁ ସମ୍ମାନିତ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହାପରେ ଡ଼. ଚେଲା କୁମାର ଓ ଅନ୍ୟମାନେ ପୂର୍ବତନ  ବିଧାୟକ ରବୀନ୍ଦ୍ର ମଲ୍ଲିକଙ୍କ ବାସଭବନକୁ ଯାଇ ସ୍ବର୍ଗତ ରେଣୁବାଳା ମଲ୍ଲିକଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ସ୍ବର୍ଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ। ଅନ୍ୟମାନଙ୍କ  ମଧ୍ୟରେ ସ୍ୱାଭିମାନ ମଞ୍ଚର ସଭାପତି ଡ. ବିପ୍ଳବ ଶିଳାଦିତ୍ୟ, ଆକୱେବ ଖାନ, ପ୍ରଦୀପ ପ୍ରଧାନ, ମନୋଜ ବିଶ୍ୱାଳ, ଶିଶିର ରଥ, ଶିବ ଅଗ୍ରୱାଲ, ସତୀଶ ଶେଖର, ସଚ୍ଚିଦାନନ୍ଦ ରାଉତ, ଉଗ୍ରସେନ ଭୂୟାଁ, ପ୍ରତାପ ମଲ୍ଲିକ, ରାଜେଶ ସ୍ୱାଇଁ, ଦୀପକ ମହାନ୍ତି, ଆଶୁତୋଷ ରାଉତ, ନରେଶ ସାହୁ, ସତ୍ୟଜିତ ସେଠୀ, କମଳେନ୍ଦୁ ଆଚାର୍ଯ୍ୟ, ସୁସ୍ମିତା ଜେନା, ନାଜିଆ ଆକମାଲ, ଶୁଚିସ୍ମିତା, ମୃତୁଞ୍ଜୟ ମହାନ୍ତି, ୟେଶ ଅଗ୍ରୱାଲ, ୟେଷୁରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶିବିରକୁ ଯୁବ-ଛାତ୍ର ସ୍ୱାଭିମାନ ମଞ୍ଚର ସଭାପତି ଡ. ବିପ୍ଳବ ଶିଳାଦିତ୍ୟ ପରିଚାଳନା କରିଥିଲେ।