ପୁଲିସ ଲାଠିମାଡ଼ର ପ୍ରତିବାଦ ଆଜି

ପୁଲିସ ଲାଠିମାଡ଼ର ପ୍ରତିବାଦ ଆଜି

ପୁଲିସ ଲାଠିମାଡ଼ର ପ୍ରତିବାଦ ଆଜି

ଭୁବନେଶ୍ୱର: ଆଜି କଂଗ୍ରେସ ଦେବ ଜବାବ। ଛାତ୍ର କଂଗ୍ରେସ ପକ୍ଷରୁ ଗତ ୧୦ ତାରିଖରେ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିଧାନସଭା ଘେରାଉ କରାଯାଇଥିଲା । ବିକ୍ଷୋଭ ବେଳେ କଂଗ୍ରେସ କର୍ମୀମାନେ ପୋଲିସ ଉପରକୁ ଅଣ୍ଡା, ଟମାଟୋ, ପଥର ଫୋପାଡିବା ନେଇ ଅଭିଯୋଗ ହୋଇଥିଲା । ପରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟୁଥିବା ଦେଖିବାକୁ ମିଳିଥିଲା । ଏପରିକି କଂଗ୍ରେସ ଭବନ ଭିତରେ ପୋଲିସ ପଶି କଂଗ୍ରେସ କର୍ମୀଙ୍କୁ ପିଟିଥିଲା । ପୋଲିସର ଏଭଳି କାର୍ୟ୍ୟକୁ ନିନ୍ଦା କରିବା ସହ ପ୍ରତିବାଦ କରୁଛି ଛାତ୍ର କଂଗ୍ରେସ ।

ଆଜି ସବୁ ଜିଲ୍ଲା ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ କରିବ ଛାତ୍ର କଂଗ୍ରେସ । ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ମାରିବା ଘଟଣାକୁ ବିରୋଧ କରି ଏହି ବିକ୍ଷୋଭ କରୁଛି ଛାତ୍ର କଂଗ୍ରେସ । ଏଥିପାଇଁ  ଛାତ୍ର କଂଗ୍ରେସ ପକ୍ଷରୁ ସବୁ ଏସପି ଅଫିସର ସମ୍ମୁଖରେ ଗଣ ଧାରଣା ଦିଆଯିବ । ଆକ୍ରମଣରେ ଦୋଷୀମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି ।