ପୁରୁଣା ବଜେଟ୍ ଭାଷଣ ପଢି ହଟହଟା ହଲେ ଅଶୋକ ଗେହଲଟ୍

ପୁରୁଣା ବଜେଟ୍ ଭାଷଣ ପଢି ହଟହଟା ହଲେ ଅଶୋକ ଗେହଲଟ୍

ପୁରୁଣା ବଜେଟ୍  ଭାଷଣ ପଢି ହଟହଟା ହଲେ  ଅଶୋକ ଗେହଲଟ୍

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୁକ୍ରବାର  ବିଧାନସଭାରେ ପୁରୁଣା ବଜେଟ୍  ଭାଷଣ ପଢି ହଟହଟା ହୋଇଛନ୍ତି । ପ୍ରାୟ ୮ ମିନିଟ୍ ପର୍ଯ୍ୟନ୍ତ ସେ ଗତ ବର୍ଷର ବଜେଟ୍ ପଢିଚାଲିଥିଲେ । ଏତିକିବେଳେ ଜଳସମ୍ବଳ ମନ୍ତ୍ରୀ ମହେଶ ଯୋଶୀ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସି ରାଙ୍କ କାନରେ ଆସି କିଛି ଚୁପ୍ ଚୁପ୍ କହିଥିଲେ । ଗେଲହଟ୍ ତୁରନ୍ତ ଭାଷଣ ବନ୍ଦ କରିଦେଇଥିଲେ । ବିରୋଧୀ ମାନେ ଏହାକୁ ନେଇ ପ୍ରବଳ ହଙ୍ଗାମା କରିଥିଲେ ।

ବିରୋଧିଙ୍କ ହଙ୍ଗାମା ନ ଥମିବାରୁ ଗୃହକାର୍ଯ୍ୟ ଦୁଇଥର ମୁଲତବୀ ରଖାଯାଇଥିଲା ।ତୃତୀୟ ଥର ଗୃହକାର୍ଯ୍ୟ ଆରମ୍ଭ ହେବାପରେ ଗେହଲଟ୍ ଛିଡ଼ାହୋଇ ପ୍ରଥମେ କ୍ଷମା ପ୍ରାର୍ଥନା କରିଥିଲେ । ସେ ମୁକ୍ର ଶାସନ ସଚିବ ଉଷା ଶର୍ମାଙ୍କୁ ରିପୋର୍ଟ ତଲବ କରିବା ସହ ଅଧିକାରୀଙ୍କ ବେପାରୁଆ ଭାବ ପାଇଁ ଦୁଃଖିତ ବୋଲି କହିଥିଲେ ।

ବଜେଟ୍ ଭାଷଣରେ ଭୁଲବଶତଃ ଏକ ଅତିରିକ୍ତ ପୃଷ୍ଠା ଲାଗିଯାଇଥିଲା ଓ ସେ ପଢିଥିଲେ ବୋଲି ଗେଲହଟ୍ କହିଛନ୍ତି । ଏହାକୁ ନେଇ ବିରେଧୀ ଦଳ ନେତା ଗୁଲାବଚନ୍ଦ୍ର କଟାରିୟା ବଜେଟ୍ ଲିକ୍ ହେବା ନେଇ ଅଭିଯୋଗ କରିଥିଲେ । ଆଜିର ଘଟଣାକୁ ବାଚସ୍ପତ ସି ପି ଯୋଶୀ ଦୁର୍ଭାଗ୍ୟପୂର୍ଶ୍ଶ ବୋଲି କହିଛନ୍ତି ।