ପୁରୀ ଗଜପତି ମହାରାଜାଙ୍କୁ କରୋନା
ପୁରୀ ଗଜପତି ମହାରାଜାଙ୍କୁ କରୋନା
ପୁରୀ: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର RT-PCR ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ତାଙ୍କଠାରେ କୌଣସି ଲକ୍ଷଣ ନାହିଁ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ତେଣୁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ୟ୍ୟକ୍ରମରେ ଯୋଗଦେଇପାରିବେ ନାହିଁ। ଏନେଇ ସୂଚନା ଦେଇଛନ୍ତି ଗଜପତିଙ୍କ ବ୍ୟକ୍ତିଗତ ସଚିବ।
ଆଜି ସନ୍ଧ୍ୟା ୫ଟା ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତାଙ୍କୁ ସିଂହଦ୍ୱାରଠାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ସ୍ୱାଗତ କରିବାର କାର୍ୟ୍ୟକ୍ରମ ଥିଲା। ସେଥିପାଇଁ ଗଜପତି ମହାରାଜାଙ୍କର RT-PCR ଟେଷ୍ଟ କରାଯାଇଥିଲା। ରିପୋର୍ଟରେ ଗଜପତି କୋଭିଡ୍ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ତେଣୁ ଆଜି ରାଷ୍ଟ୍ରପତିଙ୍କ ସ୍ୱାଗତ ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ସେ ଯୋଗଦେଇପାରିବେ ନାହିଁ। ଆଗାମୀ ୭ ଦିନ ପର୍ୟ୍ୟନ୍ତ ଗଜପତି ମହାରାଜା ସଙ୍ଗରୋଧରେ ରହିବେ।




admin 