ପୁରୀ ଏମାର ମଠ ଯାଞ୍ଚ ବେଳେ ୪୫ଟି ରୁପା ଇଟା ମିଳିଛି

ପୁରୀ ଏମାର ମଠ ଯାଞ୍ଚ ବେଳେ ୪୫ଟି ରୁପା ଇଟା ମିଳିଛି

ପୁରୀ ଏମାର ମଠ ଯାଞ୍ଚ ବେଳେ ୪୫ଟି ରୁପା ଇଟା ମିଳିଛି
ପୁରୀ: ପୁରୀ ଏମାର ମଠ ଯାଞ୍ଚ ବେଳେ ୪୫ଟି ରୁପା ଇଟା ମିଳିଛି । ମଠର ୪ ନଂ କଠୋରୀରୁ ରୁପା ଇଟା ମିଳିଛି । ପ୍ରଥମେ ୮ ଖଣ୍ଡ ଓ ପରେ ୩୭ ଖଣ୍ଡ ରୁପା ଇଟା ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ୨୦୧୦ରେ ୪୭ ଖଣ୍ଡ ରୁପା ଇଟା ମହନ୍ତଙ୍କ ଦାୟିତ୍ୱ ଥିଲା ବୋଲି ଜଣାଯାଇଛି । ପ୍ରକାଶ ଯେ, କାଲି ପୁରୀ ଏମାର ମଠର ନୂଆ ଟ୍ରଷ୍ଟି କାର୍ୟ୍ୟଭାର ଗ୍ରହଣ କରିଥିଲେ । ମଠର ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତକୁ ଯିବା ପରେ ମଧ୍ୟ ମଠର ମହନ୍ତ ମହାରାଜ ଏଥିରେ ସହ ଯୋଗ କରୁନଥିଲେ । ଏହି ପ୍ରସଙ୍ଗକୁ ନେଇ ମଠର ନୂଆ ଟ୍ରଷ୍ଟ ବୋର୍ଡ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏମାର ମଠର ଟ୍ରଷ୍ଟର ନୂଆ ସଦସ୍ୟମାନେ ଏମାର ମଠରେ ପ୍ରବେଶ କରିଥିଲେ । ଏମାର ମଠର ନୂଆ ଟ୍ରଷ୍ଟ ବୋର୍ଡ ଅନୁସାରେ ଝଞ୍ଜାପିଟା ମଠର ମହନ୍ତ ବାବା ସଚ୍ଚିଦାନନ୍ଦ ମହାରାଜଙ୍କୁ ମଠର ଦାୟିତ୍ୱ ଦିଆଯାଇଛି । ଏହି ସମୟରେ ମଠରୁ କିଛି ଅଳଙ୍କାର ଠାବ ହୋଇଥିଲା । ମଠ ଭିତରେ ପୂଜା ପାଉଥିବା ରାମାନୂଜଙ୍କ ମୂର୍ତି ଓ ମୂର୍ତିରେ ଲାଗୁଥିବା ଅଳଙ୍କାର ଓ ଝୁଲଣ ବେଶରେ ଲାଗୁଥିବା ସମସ୍ତ ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯିବ ବୋଲି କହିଥିଲା ପ୍ରଶାସନ । ୨୦୧୧ରେ ମଧ୍ୟ ଏମାର ମଠରୁ ୫୧୧ ଖଣ୍ଡ ରୂପା ଇଟା ମିଳିଥିଲା ।