ପୁଣି ୯ ଜଣ ଶିକ୍ଷକଙ୍କ ଓଟିଇଟି ସାର୍ଟିଫିକେଟ ନକଲି

ପୁଣି ୯ ଜଣ ଶିକ୍ଷକଙ୍କ ଓଟିଇଟି ସାର୍ଟିଫିକେଟ ନକଲି

ପୁଣି ୯ ଜଣ ଶିକ୍ଷକଙ୍କ ଓଟିଇଟି ସାର୍ଟିଫିକେଟ ନକଲି
ବୌଦ୍ଧ: ଚାକିରି ସ୍ଥାୟୀ ହେବା ବେଳେ ଜାଲ ଓଟିଇଟି ସାର୍ଟିଫିକେଟ ଦେଇ ବୌଦ୍ଧ ଜିଲ୍ଲାର ୪୦ ଶିକ୍ଷକ ଧରାପଡ଼ିଥିଲେ । ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ବର୍ତ୍ତମାନ ପୁଣି ୯ ଜଣ ଶିକ୍ଷକଙ୍କ ଓଟିଇଟି ସାର୍ଟିଫିକେଟ ନକଲି ଥିବା ନଜରକୁ ଆସିଛି । ସେମାନଙ୍କ ବିରୋଧରେ କାଣର ଦର୍ଶାଅ ନୋଟିସ ଜାରି କରାଯାଇଛି । ସୂଚନା ଅନୁସାରେ ଚାକିରି ସ୍ଥାୟୀ ହେବା ବେଳେ ଜିଲ୍ଲାର ଗଣଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ହୋଇଥିଲା । ଇଟିଇଟି ସାର୍ଟିଫିକେଟ ଯାଞ୍ଚ ପାଇଁ ବୋର୍ଡକୁ ପଠାଯାଇଥିଲା । ବୋର୍ଡରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ରିପୋର୍ଟକୁ ଆଧାର କରି ୪୦ ଜଣ ଗଣଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା । ସେମାନେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କୁ ବହିଷ୍କାର କରି ଥାନାରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା । ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ବୋର୍ଡ କର୍ତ୍ତୃପକ୍ଷ ୯ ଜଣ ଗଣଶିକ୍ଷକଙ୍କ ରିପୋର୍ଟ ପଠାଇଛନ୍ତି । ସେମାନଙ୍କ ସାର୍ଟିଫିକେଟ ନକଲ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏହାକୁ ଆଧାର କରି ସେମାନଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଜଣାଯାଇଛି ।