ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ, ବିଗିଡ଼ିଲେ ଗଣଶିକ୍ଷା ମନ୍ତ୍ରୀ
ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ, ବିଗିଡ଼ିଲେ ଗଣଶିକ୍ଷା ମନ୍ତ୍ରୀ
admin
Oct 30, 2019 - 09:49
Updated: Oct 30, 2019 - 09:49
ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନରେ ମୋଟାଭାତ ଓ ପାଣିଚିଆ ତରକାରୀ । ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିଆଯାଉଥିବା ଏଭଳି ଖାଦ୍ୟକୁ ନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଗିଡ଼ିଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ଆଜି ଜିଲ୍ଲା ଗସ୍ତରେ ଆସି ପୂଜାରୀପୁଟ ବାଳିକା ଉଚ୍ଚ ବିଦ୍ୟାଳୟ, କସ୍ତୁରବା ବାଳିକା ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପୂଜାରୀପୁଟ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ସହ ପିଲାଙ୍କୁ ପଢ଼ାଇଥିଲେ । ପିଲାମାନେ ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ସଠିକ ଭାବେ ଦେଇଥିବା ବେଳେ, ବାଳିକା ଉଚ୍ଚ ବିଦ୍ୟାଳୟ ନବମ ଶ୍ରେଣୀ ପିଲା ମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ପାଣି ନଥିଲେ । ପରେ ମନ୍ତ୍ରୀଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା ମିଳିତ ଭାବେ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ମଧ୍ୟାହ୍ନ ଭୋଜନ ଖାଦ୍ୟ ନିମ୍ନମାନର ହୋଇଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି । ସରକାର ଅର୍ଥ ଦେଉଥିବା ବେଳେ ପିଲାଙ୍କୁ ନିମ୍ନମାନର ଖାଦ୍ୟ ଦେବା ଗ୍ରହଣ ଯୋଗ୍ୟ ନୁହେଁ । ଯେଉଁ ସଂସ୍ଥା ଏଭଳି ଖାଦ୍ୟ ଯୋଗାଣ କରୁଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ପଡ଼ିଲେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରୁ ଉକ୍ତ ସଂସ୍ଥାକୁ ବାଦ୍ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।