ପୁଣି ବାଲିମାଫିଆଙ୍କ ଗୁଣ୍ଡାଗିରି, ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇବାକୁ ଉଦ୍ୟମ

ପୁଣି ବାଲିମାଫିଆଙ୍କ ଗୁଣ୍ଡାଗିରି, ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇବାକୁ ଉଦ୍ୟମ

ପୁଣି ବାଲିମାଫିଆଙ୍କ ଗୁଣ୍ଡାଗିରି, ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇବାକୁ ଉଦ୍ୟମ

ଯାଜପୁର: ଯାଜପୁରରେ ବାଲି ମାଫିଆଙ୍କ ଉତ୍ପାତରେ ତ୍ରାହି ତ୍ରାହି ଡାକିଲେଣି ସରକାରୀ କର୍ମଚାରୀ। ରାଜନୈତିକ ଛତ୍ରଛାୟାତ ତଳେ ଥିବା ଏହି ବାଲି‌ଚୋରମାନେ ସରକାରୀ ନିୟମକୁ ବେଖାତିର କରୁଛନ୍ତି। ଏପରିକି ସରକାରୀ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ପଛାଉ ନାହାନ୍ତି। ଏହି ଏକ ଘଟଣା ପୁଣିସ ସମ୍ନାକୁ ଆସିଛି। ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁରରେ। ଜଣେ ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି। ଅବିନାଶ ବିଶ୍ୱଜିତ ସେଠୀ ନାମକ ଜଣେ ତହସିଲଦାର ଦଶରଥପୁରରେ ଅଛନ୍ତି।

ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ କସପାଳ ପଞ୍ଚାୟତର ପଲ୍ଲାସାହି ଘାଟରୁ ବାଲି ଚୋରି ହେଉଥିବା ଖବର ପାଇ ସେଠାକୁ ଯାଇ ଥିଲେ। ବାଲିମାଫିଆମାନେ ତହସିଲଦାର ଆସୁଥିବା ଖବର ପାଇ ବାଲିଘାଟରୁ ଗାଡ଼ି ନେଇ ଚମ୍ପଟ ମାରିଥିଲେ। ହେଲେ ଗୋଟିଏ ଟ୍ରାକ୍ଟର ଧରା ପଡ଼ିଥିଲା। ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗାଡ଼ି ମାଲିକ ସେଠାରେ ପହଞ୍ଚି ତହସିଲଦାରଙ୍କୁ କ୍ଷମା ମାଗିଥିଲା। ହେଲେ ତହସିଲଦାର ଗାଡ଼ିକୁ ଥାନାକୁ ନେବା ଲାଗି ମାଲିକକୁ କହିଥିଲେ।

ଏହି ସମୟରେ ତହସିଲଦାର ନଦୀ ବନ୍ଧ ଉପରେ ଠିଆ ହୋଇଥିଲେ। ଟ୍ରାକ୍ଟର ମାଲିକ ଗାଡ଼ିକୁ ଥାନାକୁ ନେବା ପରିବର୍ତ୍ତେ  ତହସିଲଦାରଙ୍କ ଉପରକୁ ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲେ। ନିଜ ଜୀବନ ବଞ୍ଚାଇବାକୁ ତହସିଲଦାର ନଦୀକୁ ଡେଇଁ ପଡ଼ିଥିଲେ। ଏହା ଦେଖି  ଟ୍ରାକ୍ଟର ମାଲିକ  ଗାଡ଼ି ନେଇ ସେଠାରୁ ଫେରାର ହୋଇଯାଇଥିଲା।  ନଦୀରେ ପାଣି ନଥିବାରୁ କିଛି ସମୟ ପରେ ତହସିଲଦାର ଚାଲିଚାଲି କୂଳକୁ ଆସିଥିଲେ।

ଏହି ଘଟଣା ସମ୍ପର୍କରେ ତହସିଲଦାର ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଗାଡ଼ିକୁ ଜବତ କରିଛି ଓ  ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ  ଚଳାଇଛି।