ପୁଣି ଦୁଇ ସପ୍ତାହ ବଢିଲା ଲକ୍‌ଡାଉନ୍‌

ପୁଣି ଦୁଇ ସପ୍ତାହ ବଢିଲା ଲକ୍‌ଡାଉନ୍‌

ପୁଣି ଦୁଇ ସପ୍ତାହ ବଢିଲା ଲକ୍‌ଡାଉନ୍‌
କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଅବଧିକୁ ଦୁଇ ସପ୍ତାହ ବୃଦ୍ଧି କରାଯାଇଛି । ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ 3ରେ ଶେଷ ହେବାକୁ ଯାଉଥିବା ବେଳେ 4 ତାରିଖରୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ ହେବାକୁ ଯାଉଛି । 4 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ଏହି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିବ । ତେବେ ଏହି ଲକ୍‌ଡାଉନ୍‌ ସମୟରେ କେଉଁ କେଉଁ ସ୍ଥାନରେ କଟକଣା କୋହଳ କରାଯିବ ସେ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇନାହିଁ । ଗ୍ରୀନ୍‌ ଏବଂ ଅରେଞ୍ଜ ଜୋନ୍‌ରେ କଟକଣାକୁ ସାମାନ୍ୟ କୋହଳ କରାଯିବ ବୋଲି କୁହାଯାଇଛି ।