ପୁଣି ଥରେ ଭାରତକୁ ଫେରିବ ଗେମ ପବଜି , ନୂଆ ନାମରେ ଫେରିବ

ପୁଣି ଥରେ ଭାରତକୁ ଫେରିବ ଗେମ ପବଜି , ନୂଆ ନାମରେ ଫେରିବ

ପୁଣି ଥରେ ଭାରତକୁ ଫେରିବ ଗେମ ପବଜି , ନୂଆ ନାମରେ ଫେରିବ
ନୂଆଦିଲ୍ଲୀ: ନିଷିଦ୍ଧ ହୋଇଥିବା ମୋବାଇଲ ଗେମ ପବଜି ପୁଣି ଥରେ ଭାରତକୁ ଫେରିବ । ଏଥର ନୂଆ ନାମରେ ଏହା ଆସିବ । ଚୀନ କମ୍ପାନୀ ସହିତ ସମ୍ପର୍କ ଥିବା କାରଣରୁ ଗତ ବର୍ଷ ଏହାକୁ ସରକାର ନିଷିଦ୍ଧ କରିଥିଲେ । କିନ୍ତୁ ପବଜିର ପ୍ରକୃତ ମାଲିକ ହେଉଛି ଦକ୍ଷିଣ କୋରିଆର ଏକ ସଂସ୍ଥା ‘କ୍ରାଫଟନ’ । ତାହା ଚୀନର ବଡ ପ୍ରଯୁକ୍ତି କମ୍ପାନୀ ଟେନସେଣ୍ଟ ସହଯୋଗିତାରେ ଭାରତ ଆସିଥିଲା । ଭାରତରେ ପବଜିକୁ ନିଷିଦ୍ଧ କରାଯିବା ପରେ ଦକ୍ଷିଣ କୋରିଆର କମ୍ପାନୀ ଅଲଗା ବାଟ ବାହାର କରିବା ପାଇଁ ଲାଗି ପଡ଼ିଥିଲା । ମିଳିଥିବା ସୂଚନା ଅନୁସାରେ ‘ବ୍ୟାଟେଲଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ’ ନାମରେ ପବଜି ଭାରତ ଫେରିବ । ଏହି ଗେମ କେବେ ଭାରତ ଆସିବ ତାହାର ତାରିଖ ଘୋଷଣା ହୋଇନାହିଁ । କିନ୍ତୁ କମ୍ପାନୀପକ୍ଷରୁ ନୂଆ ଲୋଗୋ ଉନ୍ମୋଚନ କରାଯାଇଛି । ନିଷିଦ୍ଧ ହେବା ପୂର୍ବରୁ ପବଜି ପାଇଁ ଭାରତ ସବୁଠୁ ବଡ଼ ବଜାର ଥିଲା । ତେଣୁ ଏହି ବଜାରକୁ ହରାଇବାକୁ କ୍ରାଫଟନ ଚାହୁଁନାହିଁ । ଭାରତରେ ଏକ ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ସ୍ଥାପନ କରିବା ସହ ବ୍ୟବସାୟର ପୁନରୁଦ୍ଧାର କରିବା ଲାଗି ୪୦୦୦ ନିୟୁତ ଡଲାର ନିବେଶ କରିବାର ଯୋଜନା ପ୍ରସ୍ତୁତ ହୋଇଛି ।